Latest Odisha News

BREAKING NEWS

ଏଟିଏମ୍ ତାଡ଼ି ଲୁଟ ମାମଲା: ୩ ଗିରଫ, କାର ସହିତ ଟଙ୍କା ଜବତ

ଢେଙ୍କାନାଳ: ଏଟିଏମ୍ ତାଡି ଟଙ୍କା ଲୁଟ୍ ମାମଲାରେ ପୁଲିସର କାର୍ଯ୍ୟାନୁଷ୍ଠାନ। ପୁଲିସ ହାତରେ ଲୁଟେରା। ୩ ଲୁଟେରାଙ୍କୁ କାଜୁ ଜଙ୍ଗଲ ଭିତରୁ କାବୁ କଲା ପୋଲିସ। ଢେଙ୍କାନାଳ ଜିଲ୍ଲା ବରପଦା ଶ୍ରୀରାମଚନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଥିବା ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ଏକ ଏଟିଏମକୁ ଗତ ୩ ତାରିଖ ରାତିରେ ସ୍ଥାନୀୟ ଲୁଟେରା ମାନଙ୍କ ସହଯୋଗରେ କିଛି ପେସାଦାର ଲୁଟେରାମାନେ ତାଡ଼ି ୭ ଜଣ ଦୁର୍ବତ୍ତ ୨୨ ଲକ୍ଷ ୧୭ ହଜାର ୯୦୦ ଟଙ୍କା ଲୁଟି ନେଇ କାରରେ ପଳାଇଥିଲେ।

BjdElectrycity

ଏହି ଲୁଟ ଘଟଣରେ ବ୍ୟବହୃତ ହୋଇଥିବା କଳା ରଙ୍ଗର କାର ଓ ଏକ ବାଇକକୁ ମଧ୍ୟ ପୋଲିସ କାଜୁ ଜଙ୍ଗଲରୁ ଜବତ କରିଛି। ଦୁର୍ବୃତ୍ତ ମାନଙ୍କ ଠାରୁ ୨ ଲକ୍ଷ ୫୬ ହଜାର ଟଙ୍କା ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଲୁଟ ଘଟଣାରେ ଅନ୍ୟତମ ପ୍ରମୁଖ ସହଯୋଗୀ ଗିରଫ ହୋଇଥିବା ବେଳେ ଫେରାର ୪ ଜଣ ମାନଙ୍କୁ ଗିରଫ କରିବାକୁ ପୋଲିସ ଉଦ୍ୟମ କରୁଥିବା ସୂଚନା ରହିଛି।

ତିନି ତାରିଖ ଦିନ ଏଟିଏଏମ୍ ତାଡି ଲୁଟ୍ କରିବା ପରେ ଗଁନ୍ଦିଆ ପୋଲିସ ସେମାନଙ୍କୁ ଗୋଡ଼ାଇବାରୁ ଦୁର୍ବତ୍ତ ମାନେ କାରଟିକୁ ନିକଟରେ ଥିବା କାଜୁ ଜଙ୍ଗଲ ଭିତରେ ରଖି ପୋଲିସ ଆଖି ଆଗରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ।

ଏସପି ଲୋଗାନୟାଗି ଦିବ୍ୟା ଭିଙ୍କ ନିର୍ଦ୍ଦେଶରେ ସଦର ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଗଁଦିଆ ଥାନା ଅଧିକାରୀ ସତ୍ୟବ୍ରତ ଭୁଡ଼ିଆ ଏହି ମାମଲାର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.