Latest Odisha News

BREAKING NEWS

ଆମ ସୀମାରେ ୟୁକ୍ରେନ ସେନା ପଶି ଆଖିବୁଜା ଗୁଳିବର୍ଷା କରିଛନ୍ତି: ପୁଟିନ

ମସ୍କୋ: ଋଷ-ୟୁକ୍ରେନ ଯୁଦ୍ଧ ମଝିରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ୟୁକ୍ରେନ ସେନା ଆମ ସୀମା ଭିତକୁ ପଶି ଆସି ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଇଛନ୍ତି । ପୁଟିନ କହିଛନ୍ତି ଯେ ୟୁକ୍ରେନର ସୈନ୍ୟବାହିନୀର ଏକ ଟିମ ଗତକାଲି ଋଷ ସୀମାରେ ପ୍ରବେଶ କରି ଆତଙ୍କବାଦୀଙ୍କ ଭଳି ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣା ପରଠାରୁ ଋଷ ଅଧିକ ଆକ୍ରମଣାତ୍ମକ ଢଙ୍ଗ ଆପଣାଇବ ବୋଲି କୁହାଯାଉଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୟୁକ୍ରେନ ପୁଣିଥରେ ଆତଙ୍କବାଦୀଙ୍କ ଭଳି କାର୍ଯ୍ୟ କରିଛି । ସେମାନେ ଋଷ ସୀମାରେ ପ୍ରବେଶ କରି କାରରେ ଯାଉଥିବା ସାଧାରଣ ନାଗରିକଙ୍କ ଉପରେ ଗୁଳି ଚଳାଇଥିଲେ ।

ଏହି ଘଟଣା ଋଷ-ୟୁକ୍ରେନ ସୀମାରେ ଥିବା ଲୁବେଚାନେ ଅଞ୍ଚଳରେ ଘଟିଛି । ଗୁଳିମାଡ ଘଟଣାକୁ ନେଇ ବ୍ରାନକ୍ସ ରାଜ୍ୟପାଳ କହିଛନ୍ତି ଯେ ୟୁକ୍ରେନ ଆକ୍ରମଣକାରୀମାନେ ସୀମାନ୍ତ ଗ୍ରାମ ଲୁବେଚାନେରେ ଆଖିବୁଜା ଗୁଳିବର୍ଷା କରିଥିଲେ, ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୦ ବର୍ଷର ବାଳକ ଆହତ ହୋଇଛି। ଅନ୍ୟପକ୍ଷରେ, ଋଷର ଦାବିକୁ ୟୁକ୍ରେନ ଦୃଢ ଭାବରେ ଅସ୍ୱୀକାର କରିଛି। ଏହି ଅଭିଯୋଗକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କ ପରାମର୍ଶଦାତା ମିଖାଇଲୋ ପୋଡୋଲିଆକ୍ ଟ୍ୱିଟ୍ କରି କହିଛନ୍ତି ଯେ ଋଷର ଏହା ଏକ ସୁଚିନ୍ତିତ ଯୋଜନା । ଋଷ ଅନ୍ୟ ଦେଶ ଉପରେ ଆକ୍ରମଣ କରିବା ସହ ନିଜ ଲୋକଙ୍କୁ ଭୟଭୀତ କରିବାକୁ ଚାହୁଁଛି।

Leave A Reply

Your email address will not be published.