Latest Odisha News

BREAKING NEWS

ବିନା ଆଖୁରେ ଆଖୁ ରସ

ଆମ ରନ୍ଧାବଢ଼ାରୁ….

ଖରାଦିନ ଆସିଲେ ଥଣ୍ଡା ପାନୀୟର ଚାହିଦା ବଢ଼ିଯାଏ। ବଜାରରେ ପ୍ଲାଷ୍ଟିକ ବୋତଲରେ ମିଳୁଥିବା ମୃଦୁ ପାନୀୟ ଅପେକ୍ଷା ପ୍ରକୃତି ଦତ୍ତ ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ଭଲ। ସେହି ପ୍ରାକୃତିକ ଥଣ୍ଡା ପାନୀୟ ମଧ୍ୟରୁ ଆଖୁରସ ବା ଆଖୁ ପଣା ଅନ୍ୟତମ। କିନ୍ତୁ ଇଚ୍ଛା ହେଲେ ଆଖୁ ରସ ମିଳିବା ସବୁବେଳେ ସମ୍ଭବ ନୁହେଁ। ଆଜି ପ୍ରସ୍ତୁତ କରିବା ବିନା ଆଖୁରେ ଆଖୁ ରସ ।

ସାମଗ୍ରୀ : ଆବଶ୍ୟକ ଅନୁଯାୟୀ ଗୁଡ଼, ପୋଦିନା ପତ୍ର, ଧନିଆ ପତ୍ର, ଅଦା, ଲେମ୍ବୁ, ବିଟ ଲୁଣ ଓ କଞ୍ଚାଲଙ୍କା

ପ୍ରସ୍ତୁତି ପ୍ରଣାଳୀ : ଗୁଡ଼କୁ ଦଶ ମିନିଟ ପାଇଁ ଅଳ୍ପ ପାଣିରେ ବତୁରାଇ ଦିଅନ୍ତୁ। ଅଳ୍ପ ବତୁରି ଗଲେ ଗ୍ରାଇଣ୍ଡର ଜାରରେ ବତୁରା ଗୁଡ଼, କଞ୍ଚା ଲଙ୍କା, ଅଦା, ଅଳ୍ପ ଧନିଆ ପତ୍ର, ଗୁଡ଼ ସହ ସମାନ ଅନୁପାତରେ ପୋଦିନା ପତ୍ର, ଅଳ୍ପ ବିଟ ଲୁଣ ଓ ପାଣି ଦେଇ ସବୁକୁ ଗ୍ରାଇଣ୍ଡ କରିନିଅନ୍ତୁ। ମିଶ୍ରଣକୁ ଆଉ ଗୋଟିଏ ପାତ୍ରରେ ଛାଣି ନିଅନ୍ତୁ। ବେଶୀ ମିଠା ହେଲେ ଅଳ୍ପ ପାଣି ମିଶେଇ ଦିଅନ୍ତୁ ।

ଗୋଟିଏ କାଚ ଗ୍ଲାସରେ ଢାଳି ଉପରେ କିଛି ପୋଦିନା ପତ୍ର ସଜେଇ ନିଜେ ପ୍ରସ୍ତୁତ କରିଥିବା ଆଖୁରସ ପିଅନ୍ତୁ ଏବଂ ଅନ୍ୟମାନଙ୍କୁ ପିଆଇ ପ୍ରଶଂସା ପାଆନ୍ତୁ।

Leave A Reply

Your email address will not be published.