Latest Odisha News

ୟୁକ୍ରେନ ଉପରେ ପ୍ରଥମେ ଫାଦର ଅଫ ଅଲ ବମ ପକାଇବ ରୁଷ : ବ୍ରିଟିଶ ରକ୍ଷା ବିଶେଷଜ୍ଞ

ଲଣ୍ଡନ: ବ୍ରିଟେନର ରକ୍ଷା ବିଶେଷଜ୍ଞମାନେ ଆଜି ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେମାନେ କହିଛନ୍ତି ୟୁକ୍ରେନ ଉପରେ ରୁଷିଆ ପ୍ରଥମେ ଫାଦର ଅଫ ଅଲ ବମ ପକାଇବ । ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ଏ ନେଇ ଅନୁମତି ଦେଇ ସାରିଛନ୍ତି । ଏହା ବିସ୍ଫୋରଣ ହେଲେ ୪୪ ଟନ ଟିଏନଟିର ଶକ୍ତି ଯୋଗାଡ କରିବ । ଏହା କେତେ କ୍ଷୟକ୍ଷତି କରିବ ତାହା ଆକଳନ କରିବା କଷ୍ଟକର ।

ଆଫଗାନିସ୍ତାନ ଉପରେ ଆମେରିକା ୧୧ ଟନ ଉର୍ଜା କ୍ଷମତା ବିଶିଷ୍‌ଟ ମଦର ଅଫ ଅଲ ବମ ପକାଇଥିଲା । ଏହା ବିସ୍ଫୋରଣ ହେବା ପରେ ୧୦୦୦ ଫୁଟ ତଳକୁ ମାଟି ଧସେଇ ଦେଇଥିଲା । ଆଖପାଖ ସମସ୍ତ ଅଂଚଳ ଧ୍ୱଂସ ହୋଇ ଯାଇଥିଲା । ଏହାଠାରୁ ୪ ଗୁଣ ଅଧିକ କ୍ଷମତା ଫାଦର ଅଫ ଅଲ ବମର ରହିଛି । ଏହି ବୋମା ବିସ୍ଫୋରଣ କରି ରୁଷିଆର ଆରମ୍ଭରୁ ୟୁକ୍ରେନ ଉପରେ ଚାପ ପକାଇବା ପାଇଁ ଉଦ୍ୟମ କରିବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।

Comments are closed.