Latest Odisha News

BREAKING NEWS

୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଡ଼ାଲିଙ୍ଗିଆ ଗ୍ରାମରୁ ୧୦ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ଔପଦା ବ୍ଲକ ଅଧିନ ଏହି ଗାଁର ଦିବାକର ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଏକ ବିରାଟ ଅଜଗର ସାପ ଜାଲରେ ଛନ୍ଦି ହୋଇପଡିଥିବା ନଜର ଆସିଥିଲା।

ଯାହା ପରେ ପରିବାର ଲୋକେ ଟୁରିଷ୍ଟ ଗାଇଡ଼ ମନୋରଂଜନ ଦାସଙ୍କୁ ଖବର ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଅତି ସତର୍କତାର ସହ ସାପଟିକୁ ଜାଲ କାଟି ଉଦ୍ଧାର କରିଥିଲେ।

ତେବେ ସାପଟିକୁ କୂଳଡିହା ଅଭୟାରଣ୍ୟରେ ଛାଡି ଦିଆଯାଇଥିବା ନେଇ ସୂଚନା ମିଳିଛି।

 

Comments are closed.