Latest Odisha News

BREAKING NEWS

“ଷ୍ଟପ୍‌ ଦ ଷ୍ଟିଲ” ଉପରେ ପ୍ରତିବନ୍ଧକ ଲଗାଇଲା ଫେସ୍‌ବୁକ୍‌

ଓକଲ୍ୟାଣ୍ଡ: ଫେସବୁକ ଗୁରୁବାର ଦିନ “ଷ୍ଟପ୍‌ ଦ ଷ୍ଟିଲ” ନାମକ ଏକ ବୃହତ ଗୋଷ୍ଠୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକ ରାଷ୍ଟ୍ରପତି ନିର୍ବାଚନ ଗଣନାରେ ବିରୋଧ ପ୍ରଦର୍ଶନ କରିବାରେ ବ୍ୟବହାର କରୁଥିଲେ।

ଗୋଷ୍ଠୀର କିଛି ସଦସ୍ୟ ଏଥିରେ ହିଂସା ବିଷୟରେ କହିଥିବାବେଳେ ଅନେକେ ମିଥ୍ୟା ଦାବି କରିଛନ୍ତି ଯେ ଡେମୋକ୍ରାଟମାନେ ରିପବ୍ଲିକାନରୁ ନିର୍ବାଚନ ହଡପ କରୁଛନ୍ତି। ଫେସବୁକ ଏହି ପଦକ୍ଷେପ ନେବା ପୂର୍ବରୁ ୩,୫୦,୦୦୦ ରୁ ଅଧିକ ଉପଭୋକ୍ତା ସଂପୃକ୍ତ ଗୋଷ୍ଠୀର ସଦସ୍ୟ ହୋଇସାରିଥିଲେ। ଉଲ୍ଲେଖନୀୟ କଥା ହେଉଛି, ଅନେକ ରାଜ୍ୟରେ ଭୋଟ୍‌ ଗଣନା ଦିନ ବଢାଇବା ପରେ ହଠାତ୍ ଅନେକ ଗୋଷ୍ଠୀ ସାମ୍‌ନାକୁ ଆସିଥିଲେ।

ଫେସବୁକ ଏକ ବିବୃତ୍ତି ଜାରି କରି କହିଛି ଯେ ଯେଉଁ ସମୟରେ ପରିସ୍ଥିତି ଚରମ ସୀମାରେ ପହଞ୍ଚିଛି, ସେତେବେଳେ ଆମେ ‘ଷ୍ଟପ୍‌ ଦ ଷ୍ଟିଲ୍‌’ ଗୋଷ୍ଠୀକୁ ହଟାଇବା ପାଇଁ ଅପ୍ରତ୍ୟାଶିତ ପଦକ୍ଷେପ ନେଇଛୁ। ଏହାସହିତ ଯେଉଁମାନେ ନିୟମ ଉଲ୍ଲଘଂନ କରିବେ ସେମାନଙ୍କ ଉପରେ କଡ଼ା ନଜର ରଖାଯିବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.