Latest Odisha News

BREAKING NEWS

ଡ୍ରେନରୁ ଉଦ୍ଧାର ହେଲା ଅଜଗର

ବ୍ରହ୍ମପୁର: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଫରେଷ୍ଟ ଡିଭିଜନ ଅଧୀନରେ ଥିବା ଚଣ୍ଡିପୁଟ ୟୁପି ସ୍କୁଲର ମୁଖ୍ୟ ଫାଟକ ସମ୍ମୁଖସ୍ଥ ଏକ ଡ୍ରେନରୁ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି।

ଗତ ଦୁଇ ଦିନରୁ ସାପ ସେଠାରେ ରହିଥିଲା। ତେବେ ଏନେଇ ଗତ ନଭେମ୍ବର ୮ରେ ସ୍ଥାନୀୟ ଲୋକମାନେ ସ୍ନେକ ହେଲ୍ପଲାଇନକୁ ସୂଚନା ଦେଇଥିଲେ।

ପରେ ସ୍ବାଧିନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଟିମ ସାପଟିକୁ ଉଦ୍ଧାର କରିଥିଲେ।  ବନ ବିଭାଗର ସୌଦାମିନୀ ପଟ୍ଟନାୟକ ଉକ୍ତ ଟିମକୁ ସାହାଯ୍ୟ କରିଥିଲା ବେଳେ ସାପକୁ ନିକଟ ଜଙ୍ଗଲରେ ଛାଡି ଦିଆଯାଇଥିବା ନେଇ ସୂଚନା ମିଳିଛି।

 

Comments are closed.