ନୂଆଦିଲ୍ଲୀ: ହୀରା ପାଇଁ କାଠଗଡାରେ ରାଜ ପରିବାରର ଦୁଇ ସଦସ୍ୟ l ଲଣ୍ଡନ ହାଇକୋର୍ଟରେ ମାମଲା ରୁଜୁ l କତାରର ରାଜ ପରିବାରର ଦୁଇଜଣ ସଦସ୍ୟ ଲକ୍ଷ ଲକ୍ଷ ଡଲାର ମୂଲ୍ୟର ହୀରା ବିବାଦକୁ ନେଇ ଏବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି l ଉଭୟ ପକ୍ଷ ପରସ୍ପରକୁ ଦାୟୀ କରୁଥିବା ବେଳେ ମାମଲାର ଶୁଣାଣି କରିବେ ଲଣ୍ଡନ ହାଇକୋର୍ଟ l
ବାସ୍ତବରେ, କତାରର ରାଜା ଶେଖ ତମିମ ବିନ ହମାଦ ଅଲ ଥାନୀଙ୍କ ସମ୍ପର୍କୀୟ ଶେଖ ହମାଦ ବିନ ଅବଦୁଲ୍ଲା ଅଲ ଥାନି ପୂର୍ବତନ ସଂସ୍କୃତି ମନ୍ତ୍ରୀ ଶେଖ ସୌଦ ବିନ ମହମ୍ମଦ ଅଲ ଥାନୀଙ୍କ ସମ୍ପର୍କୀୟଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ହମାଦ୍ ବିନ୍ ଅବଦୁଲ୍ଲାଙ୍କ ମାଲିକାନାରେ ଥିବା ଏକ କମ୍ପାନୀ 70 କ୍ୟାରେଟ୍ ରତ୍ନ କିଣିବା ଅଧିକାରକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଛି। ଶେଖ ହମାଦ ବିନ୍ ଅବଦୁଲ୍ଲା ଅଲ ଥାନିଙ୍କ କମ୍ପାନୀ QIPCO ପାଖରେ ‘ଆଇଡଲ୍ ଆଇ’ ନାମକ ଏକ ହୀରା ଅଛି l ଏହାର ମୂଲ୍ୟ ଲକ୍ଷ ଲକ୍ଷ ଡଲାର ବୋଲି କୁହାଯାଉଛି। ଏହି ହୀରା ତାଙ୍କୁ ଶେଖ୍ ସୌଦ ଉଧାର ଆକାରରେ ଦେଇଥିଲେ l 1997 ରୁ 2005 ମଧ୍ୟରେ ଶେଖ ସୌଦ କତାରର ସଂସ୍କୃତି ମନ୍ତ୍ରୀ ଥିଲେ। ସେ 2000 ଦଶକ ପୂର୍ବରୁ ‘ଆଇଡଲ୍ ଆଇ’ ହୀରା କିଣିଥିଲେ l 2014 ରେ ତାଙ୍କର ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଏହି ହୀରାକୁ ଶେଖ ହମାଦ ବିନ୍ ଅବଦୁଲ୍ଲାଙ୍କ କମ୍ପାନୀ QIPCO କୁ ଧାର ସ୍ୱରୂପ ଦେଇଥିଲେ। ଏହି ସମୟ ମଧ୍ୟରେ, ସେ ଏକ ଚୁକ୍ତି ମଧ୍ୟ କରିଥିଲେ, ଯେଉଁଥିରେ QIPCO କୁ ଏଲାନସ୍ ହୋଲଡିଂଙ୍କ ସହମତିରେ ହୀରା କିଣିବାର ବିକଳ୍ପ ଦିଆଯାଇଥିଲା l
ଶେଖ୍ ସୌଦଙ୍କ କମ୍ପାନୀ ଏଲାନସ୍ ହୋଲଡିଂ ଏହି ହୀରାକୁ QIPCO କୁ ଦେଇଥିଲା l ଏବେ ଏଲାନସ୍ ହୋଲଡିଂ ମାଲିକାନା ଅଲ ଥାନି ଫାଉଣ୍ଡେସନ ହାତରେ ଅଛି l ଯାହାର ହିତାଧିକାରୀ ହେଉଛନ୍ତି ଶେଖ ସୌଦଙ୍କ ବିଧବା ପତ୍ନୀ ଏବଂ ତାଙ୍କର ତିନି ପିଲା। ଏଲାନସ୍ କହିଛି ଯେ ଏହି ଚିଠି ଭୁଲ ବଶତଃ ପଠାଯାଇଛି। ଏଲାନସ୍ ଓକିଲ ସାଦ ହୁସେନ୍ କୋର୍ଟରେ କହିଛନ୍ତି ଯେ ଶେଖ୍ ସୌଦଙ୍କ ପୁଅ ଶେଖ୍ ହମାଦ୍ ବିନ୍ ସୌଦ ଅଲ ଥାନି କେବଳ ଉଚିତ ମୂଲ୍ୟରେ ବିକ୍ରି କରିବାକୁ ଚେଷ୍ଟା କରିଥିଲେ l ମାତ୍ର ଫାଉଣ୍ଡେସନର ଅନ୍ୟ ହିତାଧିକାରୀଙ୍କ ସହ ପରାମର୍ଶ କରିନଥିଲେ ।
ବର୍ତ୍ତମାନ QIPCO ଏହି ହୀରାକୁ 10 ନିୟୁତ ଡଲାରରେ କିଣିବାକୁ ଚାହୁଁଛି l ଏହି ପ୍ରସଙ୍ଗରେ QIPCO ର ଓକିଲଙ୍କ କହିବା ଅନୁସାରେ,2020 ମସିହାରେ ଅଲ୍ ଥାନି ଫାଉଣ୍ଡେସନର ଓକିଲ ଆଇଡଲ୍ ଆଇ ହୀରାକୁ 10 ନିୟୁତ ଡଲାରରେ ବିକ୍ରୟ କରିବାକୁ ରାଜି ହୋଇଥିଲେ l କିନ୍ତୁ ଏଲାନସ୍ ହୋଲଡିଂର କହିବା ଅନୁସାରେ ଏହି ହୀରାର ପ୍ରକୃତ ମୂଲ୍ୟ ହେଉଛି 27 ନିୟୁତ ଡଲାର। ଯାହାକୁ ନେଇ ଦୁଇ ରାଜ ପରିବାର ଏବେ କାଠଗଡାରେ ମୁହାଁମୁହିଁ ହୋଇଛନ୍ତି l