Latest Odisha News

BREAKING NEWS

ବ୍ୟକ୍ତିଗତ ଫଟୋ ପୋଷ୍ଟକୁ ନେଇ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କ ମଧ୍ୟରେ ଲାଗିଲା କଳି

ବାଙ୍ଗାଲୋର: କର୍ଣ୍ଣାଟକରେ ଦୁଇଜଣ ମହିଳା ଅଧିକାରୀଙ୍କ ମଧ୍ୟରେ କଳହ ଲାଗି ରହିଛି। କର୍ଣ୍ଣାଟକ ହସ୍ତତନ୍ତ ବିକାଶ ନିଗମର ଏମଡି ଆଇପିଏସ ଅଧିକାରୀ ରୁପା ମୋଦଗିଲ, ଆଇଏଏସ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରୋହିଣୀ ସିନ୍ଧୁରୀ କିଛି ପୁରୁଷ ଆଇଏଏସ୍ ଅଧିକାରୀଙ୍କ ସହ ତାଙ୍କର ବ୍ୟକ୍ତିଗତ ଫଟୋଗ୍ରାଫ୍ ସେୟାର କରିଛନ୍ତି । ରୁପା ମୋଦଗିଲ ପ୍ରଶ୍ନ କରିଛନ୍ତି ଯେ ଯେତେବେଳେ ଜଣେ ମହିଳା ଆଇଏଏସ୍ ଅଧିକାରୀ ତିନିଜଣ ପୁରୁଷ ଆଇଏଏସ୍ ଅଧିକାରୀଙ୍କ ନିକଟକୁ ଏପରି ଫଟୋ ପଠାନ୍ତି, ଏହାର ଅର୍ଥ କ’ଣ?

BjdElectrycity

ରୁପା ଅଭିଯୋଗ କରିଛନ୍ତି ଯେ ଅଖିଳ ଭାରତୀୟ ସେବା ଆଚରଣ ବିଧି ଅନୁଯାୟୀ ଏଭଳି ଫଟୋ ସେୟାର କରିବା ଏବଂ ଏହିପରି କଥାବାର୍ତ୍ତା କରିବା ଅପରାଧ । ଏହାକୁ ନେଇ ହିନ୍ଦୁ ଧର୍ମ ପ୍ରତିଷ୍ଠାନ ବନ୍ଦୋବସ୍ତ ବିଭାଗର କମିଶନର ରୋହିଣୀ ସିନ୍ଧୁରୀ ଏହି ପ୍ରସଙ୍ଗରେ କହିଛନ୍ତି ଯେ ରୂପା ତାଙ୍କୁ ବଦନାମ କରିବା ପାଇଁ ସୋସିଆଲ ମିଡିଆରେ ଏସବୁ ସେୟାର କରିଛନ୍ତି। ସିନ୍ଧୁରୀ, ରୁପା ମୋଦଗିଲଙ୍କୁ ପୁରୁଷ ଆଇଏଏସ୍ ଅଧିକାରୀଙ୍କ ନାମ ଦେବା ପାଇଁ ଚ୍ୟାଲେଞ୍ଜ କରିଛନ୍ତି ଯେଉଁମାନଙ୍କ ସହ ସେ ଫଟୋ ସେୟାର କରିଥିଲେ। ରୁପା ମୋଦଗିଲ ଫେସବୁକରେ ପୋଷ୍ଟ କରିଛନ୍ତି, “ଏହି ପ୍ରକାରର ଫଟୋ ସ୍ୱାଭାବିକ ମନେହୁଏ, କିନ୍ତୁ ଯେତେବେଳେ ଜଣେ ମହିଳା ଆଇଏଏସ୍ ଅଧିକାରୀ ଜଣେ କିମ୍ବା ଦୁଇଜଣ ନୁହେଁ, ତିନି ଜଣ ପୁରୁଷ ଆଇଏଏସ୍ ଅଧିକାରୀଙ୍କୁ ଏପରି ଫଟୋ ଦିଅନ୍ତି ସେତେବେଳେ ଏହାର ଅର୍ଥ କ’ଣ? ଏହା ସେମାନଙ୍କର ବ୍ୟକ୍ତିଗତ ବିଷୟ ନୁହେଁ।”

Leave A Reply

Your email address will not be published.