Latest Odisha News

BREAKING NEWS

ସାମାନ୍ୟ ଭୁଲ ପାଇଁ ଏହି ଟ୍ରେନର ମାଲିକ ହୋଇଗଲେ ଜଣେ ଚାଷୀ!

ଚଣ୍ଡୀଗଡ଼: ଭାରତରେ ଚାଲୁଥିବା ଟ୍ରେନର ମାଲିକାନା ରେଳ ମନ୍ତ୍ରାଳୟ ହାତରେ ରହିଛି | କିନ୍ତୁ ରେଳ ମନ୍ତ୍ରାଳୟ ବା ରେଳବାଇର ଏକ ସାମାନ୍ୟ ଭୁଲ ପାଇଁ ଗୋଟିଏ ଟ୍ରେନର ମାଲିକାନା ଜଣେ କୃଷକଙ୍କ ହାତରେ ରହିଛି | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ଏହି ଟ୍ରେନର ନାମ ହେଉଛି ସ୍ୱର୍ଣ୍ଣଶତାବ୍ଦୀ ଏକ୍ସପ୍ରେସ, ଯାହାକି ଅମୃତସର ଏବଂ ନୂଆଦିଲ୍ଲୀ ମଧ୍ୟରେ ଚାଲିଛି | ଏହି ଟ୍ରେନ୍ ନମ୍ବର ୧୨୦୩୦ ହୋଇଥିବାବେଳେ ଆସନ୍ତୁ ଜାଣିବା ଏହି ରେଳ କିପରି ଚାଷୀଙ୍କ ନାମରେ ହେଲା | ବାସ୍ତବରେ, ଲୁଧିଆନା ଚଣ୍ଡିଗଡ଼ ରେଳ ଲାଇନ ନିର୍ମାଣ ସମୟରେ ୨୦୦୭ ରେ ଜଣେ ଚାଷୀଙ୍କ ଜମି ଅଧିଗ୍ରହଣ କରାଯାଇଥିଲା, କିନ୍ତୁ ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଇନଥିଲା | ଏହାପରେ କାଟାନା ଗାଁର କୃଷକ ସମ୍ପୂର୍ଣ୍ଣ ସିଂ କୋର୍ଟରେ ମାମଲା ଦାୟର କରିଥିଲେ। ଏହା ପରେ କୋର୍ଟ ରାୟ ପ୍ରକାଶ କରି ୧.୦୫ କୋଟି ଟଙ୍କା କ୍ଷତିପୂରଣ ଦେବାକୁ କହିଥିଲେ |

କିନ୍ତୁ କ୍ଷତିପୂରଣ ରାଶି ରେଳବାଇ ଦେଇ ନଥିଲା। ଏହାପରେ ଜିଲ୍ଲା ଜଜ୍ ଜସପାଲ ବର୍ମା ଲୁଧିଆନା ଷ୍ଟେସନରେ ଟ୍ରେନ୍ ନମ୍ବର ୧୨୦୩୦କୁ ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କେବଳ ଏତିକି ନୁହେଁ, ରେଳବାଇ ୨୦୧୫ ଆଦେଶ ପାଳନ କରୁ ନ ଥିବାରୁ କୋର୍ଟ ଷ୍ଟେସନ ମାଷ୍ଟରଙ୍କ କାର୍ଯ୍ୟାଳୟ ମଧ୍ୟ ସିଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହିପରି ଭାବରେ, ଏହି ଟ୍ରେନ ସମ୍ପୂର୍ଣ୍ଣ ସିଂଙ୍କ ସମ୍ପତ୍ତି ହୋଇଯାଇଥିଲା |

ତେବେ ବର୍ତ୍ତମାନ ଏହି ମାମଲା କୋର୍ଟରେ ବିଚାରାଧୀନ ଥିବା କୁହାଯାଉଛି ଏବଂ ଅମୃତସର-ନୂଆଦିଲ୍ଲୀ ମଧ୍ୟରେ ଏହି ଟ୍ରେନ୍ ଚଳାଚଳ କରୁଛି। କୋର୍ଟର ପ୍ରଥମ ଆଦେଶରେ କୋର୍ଟ କ୍ଷତିପୂରଣ ବାବଦକୁ ଏକର ପିଛା ୨୫ ଲକ୍ଷରୁ ୫୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହା ପରେ ଏହାକୁ ୧.୪୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ୨୦୧୨ ରେ ଏହି ମାମଲା ଦାୟର କରାଯାଇଥିଲା । ୨୦୧୫ ରେ ଏହି ରାଶି ଦେବାକୁ କୋର୍ଟ ରେଳବାଇକୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.