Latest Odisha News

BREAKING NEWS

ଫ୍ୟାଶନ ମାମଲାରେ ରାଣୀ ଏଲିଜାବେଥ-୨ ଥିଲେ ଶୀର୍ଷରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଣୀ ଏଲିଜାବେଥ-୨ଙ୍କର ଦେହାନ୍ତ ପରେ ତାଙ୍କ ସହ ଜଡିତ ଇତିହାସକୁ ମନେ ପକାଉଛି ସାରା ବିଶ୍ୱ। ଏଲିଜାବେଥ୍-୨ ବ୍ରିଟେନର ଦୀର୍ଘତମ ରାଜକୀୟ ରାଣୀର ମାନ୍ୟତା ହାସଲ କରିଥିଲେ। ବ୍ରଟିଶ ରାଜଗାଦୀର ଅଧିଷ୍ଠାତ୍ରୀ ଥିବା ଏଲିଜାବେଥଙ୍କର ଜୀବନଶୈଳୀ ସବୁବେଳେ ଚର୍ଚ୍ଚାର ଶୀର୍ଷରେ ଥାଏ। ବ୍ରିଟେନର ରାଜ ପରିବାରଙ୍କର ପୋଷାକ, ସେମାନଙ୍କର ଜୀବନଶୈଳୀକୁ ନେଇ ସାରା ବିଶ୍ୱରେ ଆଲୋଚନା ହୁଏ।

ସାଧାରଣ ଲୋକେ ବଡବଡିଆ ଲୋକଙ୍କୁ ଫଲୋ କରନ୍ତି। ବିଶେଷ କରି ଫ୍ୟାଶନକୁ ଲୋକେ ଅଧିକ ଅନୁସରଣ କରନ୍ତି । ସେଲିବ୍ରିଟି, ରାଜା-ମହାରାଜା, ଧନୀ ବ୍ୟବସାୟୀମାନେ କ’ଣ ପିନ୍ଧନ୍ତି ତାହା ଉପରେ ସମସ୍ତଙ୍କ ନଜର ଥାଏ। ଏଲିଜାବେଥ-୨ଙ୍କର ପୋଷାକ, ଗହଣା, ଫ୍ୟାଶନକୁ ନେଇ ମଧ୍ୟ ସେ ଚର୍ଚ୍ଚାର ଶୀର୍ଷ ବିନ୍ଦୁରେ ଥାନ୍ତି। ରାଣୀଙ୍କର ରାଜକୀୟ ଡିଜାଇନର୍ ଥିଲେ ସାର୍ ନର୍ମାନ୍ ହାର୍ଟନେଲ ।

ଏଲିଜାବେଥ-୨ ଜଣେ କମନୱେଲଥର ମୁଖ୍ୟ ଥିଲେ। ତାଙ୍କୁ ଦୁନିଆର ସବୁଠାରୁ ଷ୍ଟାଇଲିସ୍ ଫ୍ୟାଶନେବଲ ବ୍ୟକ୍ତିତ୍ୱ ମଧ୍ୟ ବିବେଚନା କରାଯାଉଥିଲା। ରାଣୀ ହଜାର କୋଟି ମୂଲ୍ୟର ଅଳଙ୍କାର ପରିଧାନ କରୁଥିଲେ। ରାଣୀଙ୍କର ମୁକୁଟଠାରୁ ଆରମ୍ଭ କରି ପାଦର ସ୍ୟାଣ୍ଡଲ ପର୍ଯ୍ୟନ୍ତ ଅନେକ ମୂଲ୍ୟବାନ ଥିଲା। ଫ୍ୟାଶନ ମାମଲାରେ ନିଜ ଟୋପି ମଧ୍ୟ ଅତ୍ୟନ୍ତ ଟପ୍ ବ୍ରାଣ୍ଡ ବ୍ୟବହାର କରୁଥିଲେ। ରାଣୀ ଏଲିଜାବେଥ୍-୨ଙ୍କ ଏହି ବିଶେଷ ଫ୍ୟାଶନ୍ ସେନ୍ସ ସହ ଆଜି ପର୍ଯ୍ୟନ୍ତ କେହି ପ୍ରତିଦ୍ୱନ୍ଦ୍ୱିତା କରିପାରି ନାହାଁନ୍ତି।

ରାଣୀଙ୍କ ନିକଟରେ ମୂଲ୍ୟବାନ ହାର ବ୍ୟତୀତ ବିଶ୍ୱର ବହୁମୂଲ୍ୟ ରାଜକୀୟ ମୁକୁଟ ମଧ୍ୟ ଥିଲା। ଏହି ପ୍ରସିଦ୍ଧ ମୁକୁଟ ସେ ରାଣୀ ମ୍ୟାରିଙ୍କଠାରୁ ପାଇଥିଲେ ଏବଂ ତାଙ୍କ ବିବାହରେ ପ୍ରଥମ ଥର ପିନ୍ଧିଥିଲେ। ତାଙ୍କୁ ଆୟର୍ଲ୍ୟାଣ୍ଡରୁ ଉପହାର ସ୍ୱରୂପ ଦ୍ୱିତୀୟ ରାଜକୀୟ ମୁକୁଟ ମଧ୍ୟ ମିଳିଥିଲା। ଏହି ମୁକୁଟରେ ୧୦୦ ରୁ ଅଧିକ ସୁନ୍ଦର ହୀରା ସଜ୍ଜିତ। ମହାରାଣୀ ଏଲିଜାବେଥ-୨ ଏପରି ଜଣେ ମହିଳା ଥିଲେ ଯିଏ ବିଶ୍ୱର ସବୁଠାରୁ ଅଧିକ ଫଟୋ ସୁଟ କରିଥିଲେ। ତାଙ୍କର ଚାଲିଚଲଣ, ପୋଷାକ ପିନ୍ଧିବା ନେଇ ମିଡିଆରେ ସବୁବେଳେ ଚର୍ଚ୍ଚାରେ ଆସୁଥିଲେ। ଆଜିବି ରାଣୀଙ୍କ ଫ୍ୟାଶନକୁ ଫଲୋ କରି ମାର୍କେଟକୁ ନୂଆ ଫ୍ୟାଶନର ପରିଚୟ ଦେବାକୁ ଉଦ୍ୟମ କରନ୍ତି ଡିଜାଇନର।

Comments are closed.