Latest Odisha News

BREAKING NEWS

ଫୋକସରେ ୨୦୨୪, ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: ଫୋକସରେ ୨୦୨୪, ନଜରରେ ଓଡ଼ିଶା । ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟରେ ଶାସନରେ ଥିବା ବିଜେଡି ସହ ବିରୋଧୀ ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛନ୍ତି । ଚଳିତ ମାସ ତୃତୀୟ ସପ୍ତାହରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସୁଥିବା ବେଳେ କଂଗ୍ରେସ ବି ପଛରେ ପଡ଼ିନି । ଡିସେମ୍ବର ମାସରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଉଷ୍ମତା ଏବେ ଠାରୁ ପ୍ରକାଶ ପାଇଲାଣି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପରେ ବିଜେପି ରାଜ୍ୟ ପ୍ରଭାରୀ ପରିବର୍ତ୍ତନ ବିଜେପି ଶିବିରକୁ ଚଳଚଞ୍ଚଳ କରିଛି । ଏପଟେ ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କାର ପାଇ ଫେରିବା ପରେ ଭୁବନେଶ୍ୱରରେ ଶାସକ ବିଜେଡି ଶକ୍ତି ପ୍ରଦର୍ଶନ କରିଛି ।

ବିଜେପି ଓ କଂଗ୍ରେସ ଦୁଇ ଜାତୀୟ ଦଳର ଶୀର୍ଷ ନେତୃତ୍ୱଙ୍କ ଓଡ଼ିଶା ଗସ୍ତ ଦୁଇ ଦଳର ରାଜ୍ୟ ନେତୃତ୍ୱଙ୍କୁ ଉତ୍ସାହିତ କରିଛି । ସେପଟେ ୨୦୨୪ ପୂର୍ବରୁ ବିରୋଧୀଙ୍କୁ ମାତ୍ ଦେବାକୁ ଗୋଟି ଚାଳନା କରୁଛି ବିଜେଡି ।

Leave A Reply

Your email address will not be published.