Latest Odisha News

BREAKING NEWS

ସେପ୍ଟେମ୍ବର ୧୯ରେ ମହାରାଣୀଙ୍କ ଅନ୍ତିମ ସଂସ୍କାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକ ନେଇ ସାରା ବିଶ୍ବ ଏବେ ଶୋକପାଳନ କରୁଛି । କେବଳ ବ୍ରିଟେନ ନୁହେଁ ବିଶ୍ବର ଅନେକ ଦେଶ ମହାରାଣୀଙ୍କ ସମ୍ମାନ ପାଇଁ ନିଜ ନିଜ ଦେଶରେ ଶୋକଦିବସ ଘୋଷଣା କରିଛନ୍ତି । ୯୬ ବର୍ଷ ବୟସରେ ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ ଗୁରବାର ଦିନ ମହାରାଣୀଙ୍କ ବିୟୋଗ ଘଟିଥିଲା ।

ସୂଚନାଯୋଗ୍ୟ ଯେ ବ୍ରିଟିସ ରାଜପ୍ରସାଦ ବକିଂହାମ୍ ପାଲେସ୍‌  ବାହାରେ ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଉତ୍ତରାଧିକାରୀ ରାଜା ଚାର୍ଲସ ତୃତୀୟ ଏବଂ ରାଣୀ କାମିଲାଙ୍କୁ ଭେଟିବା ଲାଗି ହଜାର ହଜାର ଲୋକ ଆସୁଛନ୍ତି । ଏସବୁ କାର୍ଯ୍ୟକ୍ରମ ଭିତରେ ସେପ୍ଟେମ୍ବର  ୧୯ ତାରିଖରେ କେନ୍ଦ୍ରୀୟ ଲଣ୍ଡନର ୱେଷ୍ଟମିନଷ୍ଟର ଆବ୍ବେରେ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାର ହେବ ବୋଲି କୁହାଯାଇଛି।

ରାଣୀଙ୍କ ପାର୍ଥୀବ ଶରୀରକୁ ୱେଷ୍ଟମିନଷ୍ଟର ଆବ୍ବେ ନିଆଯିବ। ରାଣୀଙ୍କ ପଛରେ ରାଜ ପରିବାରର ବରିଷ୍ଠ ସଦସ୍ୟମାନେ ରହିବେ  । ରାଜକୀୟ ପ୍ରଥା ଅନୁସାରେ ରାଣୀଙ୍କ ପାର୍ଥୀବ ଶରୀରକୁ ୱିଣ୍ଡସର ପ୍ରାସାଦକୁ ନିଆଯାଇ ସେଠାରେ ଶେଷକୃତ ସମ୍ପନ୍ନ ହେବ।

Comments are closed.