Latest Odisha News

BREAKING NEWS

ଚାଷ ଦେଲା ରୋଜଗାର; ୫୦ ଟଙ୍କା ରୋଜଗାରରୁ ୫୦ ଲକ୍ଷର ମାଲିକ ବାସୁଦେବ

କାମାକ୍ଷାନଗର: କଠିନ ପରିଶ୍ରମ, ଇଚ୍ଛାଶକ୍ତି ଓ ମନୋବଳ ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇ ଥାଏ । ଆଉ ଯାହାକୁ କରି ଦେଖାଇଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାଲିପଶି ଗାଁର ଚାଷୀ ବାସୁଦେବ । ମାଟ୍ରିକ ଫେଲ୍ ବାସୁଦେବ ଏବେ ଜଣେ ସଫଳ ଚାଷୀ । ଦୁଃଖ ଦୁର୍ଦ୍ଦଶାରେ କିଶୋର ଅବସ୍ଥା ଅତିବାହିତ କରିଥିବା ବାସୁଦେବ  ତିନି ଭାଇ ଓ ଗୋଟିଏ ଭଉଣୀ । ଅଭାବୀ ପରିବାରରେ ବଡ଼ ପୁଅ ବାସୁଦେବ ମାଟ୍ରିକ ପରୀକ୍ଷାରେ ତିନି ତିନଥର ବିଫଳ ହେବା ପରେ ଭୁବନେଶ୍ୱର ଆସି ଶ୍ରମିକ ୫୦ ଟଙ୍କାରେ କାମ ଆରମ୍ଭ କରିଥିଲେ । ଆଉ ଆଜି ୫୦ ଲକ୍ଷ ଟଙ୍କାର ମାଲିକ ।

ଏବେ ୩ ଏକର ଚାଷ ଜମିରେ ବାସୁଦେବ ବିଭିନ୍ନ ପ୍ରକାର ଚାଷ କରି ପରିବାର ପୋଷୁ ଛନ୍ତି । ମୁକ୍ତା ,ମାଛ ,ଆମ୍ବ ,ପିଜୁଳି ,ବିଭିନ୍ନ ପନିପରିବା ସହ ଶାଗୁଆନ ଭଳି ଗଛ ଲଗାଇ ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି ବାସୁଦେବ । ବାସୁଦେବ ଦୁଇଟି ପୋଖରୀରେ ମାଛ ସହ ଗୋଟିଏ ପୋଖରୀରେ କରିଛନ୍ତି ମୁକ୍ତା ଚାଷ । ଫାର୍ମ ହାଉସକୁ ରକ୍ଷଣାବେକ୍ଷଣ କରିବା ପାଇଁ ଶ୍ରମିକ ସହିତ ହାତୀ ଉପଦ୍ରବରୁ ରୋକିବା ପାଇଁ ସୋଲାର ବାଡ଼ କରିଛନ୍ତି ବାସୁଦେବ । ବିଭିନ୍ନ ଚାଷ ପାଇଁ ଦୁଇଟି ବୋରୱେଲ୍ ଖୋଳିଛନ୍ତି ।

ଆଗାମୀ ଦିନରେ ଏହି ଫାର୍ମ ହାଉସକୁ ବଢ଼ାଇ ଅଧିକ ରୋଜଗାରର ଆଶା ରଖିଛନ୍ତି । ବାସୁଦେବଙ୍କୁ ସମସ୍ତ ପ୍ରକାର ଚାଷ ସହାୟତା ଯୋଗାଇ ଦେଉଛନ୍ତି କୃଷି ଅଧିକାରୀ । ଶ୍ରମିକରୁ ସଫଳ ଚାଷୀ ସାଜିଥିବା ବାସୁଦେବ ଅଞ୍ଚଳର ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

Leave A Reply

Your email address will not be published.