Latest Odisha News

ଲାଞ୍ଚ ନେଇ ଧରାପଡିଲେ ଆର୍‌ଆଇ ବାବୁ

ନୂଆପଡା: ଭିଜିଲାନ୍ସ ଜାଲରେ ଆର୍‌ଆଇ ବାବୁ । ପାଂଚ ହଜାର ଟଙ୍କା ଲାଂଚ ନେବା ବେଳେ ଧରାପଡିଛନ୍ତି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ତୁକୁଲା ଆରଆଇ ଦିନମଣି ରାଉତରାୟ । ଇନ୍ଦିରା ଅବାସ ଘର ବାଲି ଆଣିବା ଅନୁମତି ପାଇଁ ସ୍ଥାନୀୟ ଖଇରଭାଡି ଗ୍ରାମର ଯୁଗଲ କିଶୋର ଠେଲାଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲଂଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଧରିଛି ।

ପୂର୍ବ ସୂଚନା ଅନୁସାରେ କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟାନନ୍ଦ ମହାନନ୍ଦଙ୍କ ନେତୃତ୍ବରେ ଚଢ଼ାଉ ହୋଇଥିବ ବେଳେ ନୂଆପଡା ଭିଜିଲାନ୍ସ କର୍ମଚାରି ସାମିଲ ଥିଲେ । ଗିରଫ ଆରଆଇ ଦିନମଣିଙ୍କୁ ଭବାନିପାଟଣା ନିଆଯାଉଥିବା ସୂଚନା ମିଳିଛି। ଭିଜିଲାନ୍ସ ଜାଲରେ ଧରା ପଡିଥିବା ଆରଆଇଙ୍କ ସମ୍ପତ୍ତି ତାଲିକାରେ କେଉଁଠି, କେତୋଟି ଘର ରହିଛି, ସେ ସଂପର୍କରେ ଭିଜିଲାନ୍ସ ତନାଘନା ଜାରି ରହିଛି।

Leave A Reply

Your email address will not be published.