Latest Odisha News

BREAKING NEWS

ବୈଠକ ବାତିଲ, ଓଲୀଙ୍କୁ ନେଇ ନିଷ୍ପତି ୨ ଦିନ ଘୁଂଚିଲା

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କ ଇସ୍ତଫା ନେଇ ହେବାକୁ ଥିବା ଷ୍ଟାଣ୍ଡିଂ କମିଟି ବୈଠକ ଶନିବାର ଶେଷ ମୂହର୍ତରେ ଏହାକୁ ୨ ଦିନ ଘୁଂଚାଇ ଦିଆଯାଇଛି । ସୋମବାର ଏହି ବୈଠକ ବସିବ । ଅନ୍ୟ ଅର୍ଥରେ ସ୍ଥିତି ସୁଧାରିବା ପାଇଁ ଓଲୀଙ୍କ ନିକଟରେ ଦୁଇ ଦିନ ସମୟ ରହିଛି । ଦଳ ନ ଭାଙ୍ଗିବା ପାଇଁ ଜୋରସୋରରେ ଆଲୋଚନା ଚାଲିଛି ।

ଭାରତ ବିରୋଧୀ ମନ୍ତବ୍ୟ ଦେବା ଓ ସୀମା ବିବାଦ ସୃଷ୍ଟି କରି ଓଲୀ ଅଡୁଆରେ ପଡିଥିଲେ । ନେପାଳ କମ୍ୟୁନିଷ୍ଟ ପାର୍ଟିର ୪୦ ଷ୍ଟାଣ୍ଡିଂ କମିଟି ସଦସ୍ୟରୁ ୩୩ଜଣ ଓଲୀଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଚାପ ପକାଇଛନ୍ତି । ଓଲୀ ମୁଖ୍ୟ ବିରୋଧୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡଙ୍କୁ ଘରେ ଭେଟିଛନ୍ତି ।

Leave A Reply

Your email address will not be published.