Latest Odisha News

BREAKING NEWS

ଭାରତ-ପାକ ସୀମାରେ ବିଏସଏଫ ମୁତୟନ କଲା ରାଡାର ଡ୍ରୋନ

ନୂଆଦିଲ୍ଲୀ: ବିଏସଏଫ ଆଜି ଜମ୍ମୁ ଅଂଚଳରେ ଭାରତ-ପାକିସ୍ତାନ ସୀମା ନିକଟରେ ରାଡାର ଡ୍ରୋନ ମୁତୟନ କରିଛି । ଏହା ଦ୍ୱାରା ସୁଡଙ୍ଗ ମାଧ୍ୟମରେ ପ୍ରବେଶ କରୁଥିବା ଆତଙ୍କବାଦୀଙ୍କ ଉପରେ ନଜର ରଖାଯାଇ ପାରିବ । ସେହିପରି ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଚୋରା କାରୋବାରକୁ ମଧ୍ୟ ଏହା ମାଧ୍ୟମରେ ରୋକାଯାଇ ପାରିବ । ଜମ୍ମୁ ସୀମାର ୧୯୨ କିଲୋମିଟର ମଧ୍ୟରେ ୫ଟି ସୁଡଙ୍ଗ ମିଳିବା ପରେ ବିଏସଏଫ ସତର୍କ ହୋଇଥିଲା । ଏହି ଡ୍ରୋନ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଟେକ୍ନାଲୋଜିରେ ନିର୍ମିତ ହୋଇଛି । ଏଥିରୁ ନିର୍ଗତ ହେଉଥିବା ରେଡିଓ ତରଙ୍ଗ ସୁଡଙ୍ଗକୁ ଚିହ୍ନଟ କରିପାରିବ । ଏହା ବ୍ୟତୀତ ଏଥିରେ ଏ ଭଳି ଗୁଣ ରହିଛି ଯାହାକି ପ୍ରକାଶ କରାଯାଇ ପାରିବ ନାହିଁ ।

ସୈନିକମାନେ ଏହା ଯୋଗୁ ଆଗୁଆ ସତର୍କ ହୋଇପାରିବେ ଏବଂ ଆତଙ୍କବାଦୀଙ୍କୁ କାବୁ କରିବାରେ ମଧ୍ୟ ସଫଳ ହୋଇପାରିବେ ବୋଲି ବିଏସଏଫର ଜନୈକ ଅଧିକାରୀ କହିଛନ୍ତି । ସୀମା ସୁରକ୍ଷା ବଳ ଓ ଗୋଇନ୍ଦା ବିଭାଗର ସକ୍ରିୟତର ଅନେକ ଆତଙ୍କବାଦୀ ଆକ୍ରମଣ ରୋକାଯାଇ ପାରୁଛି ।

Leave A Reply

Your email address will not be published.