Latest Odisha News

BREAKING NEWS

ସୂର୍ଯ୍ୟରେ ବିସ୍ଫୋରଣ: ଏସିଆ, ଜାପାନରେ ପ୍ରଭାବ

ନୂଆଦିଲ୍ଲୀ: କିଛି ମାସ ହେବ ସୂର୍ଯ୍ୟରେ ଛୋଟ ବଡ ବିକିରଣ ଜନିତ ବିସ୍ଫୋରଣ ଘଟିବାରେ ଲାଗିଛି । ସୋମବାର ଏଠାରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଯାହାର ପ୍ରଭାବ ଦକ୍ଷିଣ ପୂର୍ବ ଏସିଆରେ ଦେଖିବାକୁ ମିଳିଛି । ଜାପାନ ଏବଂ ଏହାର ଆଖପାଖ କେତେକ ଅଂଚଳରେ ରେଡିଓ ବ୍ଲାକଆଉଟ ଦେଖିବାକୁ ମିଳିଥିଲା । ନାସାର ସୋଲାର ଡାଇନୋମିକସ ଅବଜରଭେଟେରୀ ଏହାକୁ ରେକର୍ଡ କରିଛି । ୧୫ ଜୁନରେ ଏହି ବିସ୍ଫୋରଣ ପୃଥିବୀର ନିକଟତର ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି । ଏହା ଦ୍ୱାରା ପୃଥିବୀର ମ୍ୟାଗ୍ନେଟିକ ହିଲରେ ଅସ୍ଥିରତା ସୃଷ୍ଟି ହୋଇପାରେ ।

ଭାରତର ସେଂଟର ଅଫ ଏକ୍ସିଲେନ୍ସ ଇନ ସ୍ପେସ ସାଇନ୍ସ ଅନୁସାରେ ୬୪୫ରୁ ୯୨୨ କିଲୋମିଟର ପ୍ରତି ସେକେଣ୍ଡରେ ପୃଥିବୀରେ ଏହା ମାଡ ହେବ । ଏହାର ପ୍ରଭାବ ବେଶ କିଛି ଦିନ ରହିବ ବୋଲି ସେମାନେ କହିଛନ୍ତି । ଏହି ସୋଲାର ଷ୍ଟ୍ରମ କେତେ ମାତ୍ରାରେ ଭୟଙ୍କର ତାହା ସ୍ପଷ୍ଟ ହୋଇପାରି ନାହିଁ ।

Comments are closed.