Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଗାଁରୁ ସହର ସବୁଠି ରଜ ମଉଜ: ରଜ ଦୋଳି ସହ ପିଠା, ମିଠା ପାନର ଜମୁଛି ଆସର

ଯାଜପୁର  : ଓଡ଼ିଆ ପରମ୍ପରା ଭିତରେ ରଜର ସ୍ଥାନ ସ୍ୱତନ୍ତ୍ର । ୩ ଦିନ ପାଳନ ହେଉଥିବା ଏକ ମାତ୍ର ପର୍ବ ହେଉଛି ରଜ। ଆଧୁନିକତାର ପ୍ରଭାବରେ ଏହି ରଜ ପର୍ବର ଆକର୍ଷଣ କମି କମି ଆସୁଥିବା ବେଳେ ଏହି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ  ଜାରି ରହିଛି  । ଯାଜପୁରର ମଙ୍ଗଳପୁରରେ ଏହି ରଜ ମହୋତ୍ସବ ବେଶ ଧୁମଧାମରେ ପାଳିତ ହୋଇଛି ।

ଝିଅ ମାନେ ସବୁ ଏକାଠି ହୋଇ ସଜବାଜ ହେବା ସହିତ ରଜ ପିଠା ଖାଇ ପାଳିଛନ୍ତି ରଜ ପର୍ବ। ଖାଲି ସେତିକି ନୁହେଁ ରଜ ପର୍ବର ଗୀତରେ ପ୍ରକମ୍ପିତ ହୋଇଉଠିଛି ସାରା ପରିବେଶ ।  ରଜ ଦୋଳି, ପୁଚି ଖେଳ, ଦୌଡ଼ି ଡିଆଁ, ହୁଳହୁଳି, କାନ୍ଦଣା, କବାଡି, ଲୁଡୁ ଓ ତାସ୍ ପ୍ରଭୃତି ଖେଳ ଆୟୋଜନ କରାଯାଇଥିଲା।

ରଜ ଅବସରରରେ ବିଭିନ୍ନ ବିଭାଗରେ ଆୟୋଜିତ ହୋଇଥିଲା ଭିନ୍ନ ଭିନ୍ନ ପ୍ରତିଯୋଗିତା । ଏହି ରଜ ମଉଜ କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳର ବହୁ ଦର୍ଶକ ଓ ପ୍ରତିଯୋଗୀ ସାମିଲ ହୋଇଥିଲେ।ଏହି ଅବସରରେ ଶ୍ରେଷ୍ଠ ଓଡ଼ିଆଣୀ ସମ୍ମାନ  ପ୍ରଦାନ କରାଯାଇଥିଲା ।

ଦୁଇ ବର୍ଷ ହେଲା କରୋନା ଯୋଗୁ ରଜ ପର୍ବ ବନ୍ଦ ରହିଥିବା ବେଳେ ଚଳିତବର୍ଷ ହଟିଛି କଟକଣା। ଆଉ ରଜ ମଉଜର ମଜା ଉଠାଉଛନ୍ତି ସମସ୍ତେ।

 

Leave A Reply

Your email address will not be published.