Latest Odisha News

BREAKING NEWS

ସୀମାନ୍ତରେ ଓଡ଼ିଶା ପୋଲିସକୁ ସଫଳତା, ୬ଟି ଟିଫିନ୍ ବୋମା ସହ ବିସ୍ଫୋରକ ଜବତ

ମାଲକାନଗିରି: ସୀମାନ୍ତରେ ସର୍ଚ୍ଚ ଅପରେସନ୍ ବେଳେ ବଡ଼ ସଫଳତା ପାଇଛି ମାଲକାନଗିରି ପୋଲିସ । ମାଲକାନଗିରି ସୀମାକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶର କୁସୁମପୁଟରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି ।

୫୦ରୁ ୬୦ କେଜି କର୍ଡେକ୍ସ ତାର ସହ ୬ଟି ଟିଫିନ୍ ବୋମା, ବିପୁଳ ବିସ୍ଫୋରକ ଏବଂ ୨ଟି ୱାକି ଟକି ସହ ଅନ୍ୟ ବୈଦ୍ୟୁତିକ୍ ଉପକରଣ ଜବତ କରିଛି ପୋଲିସ । ସର୍ଚ୍ଚ ଅପରେସନ୍ ବେଳେ ପୋଲିସ ଏସବୁ ମାଓ ସାମଗ୍ରୀ ଜବତ କରିଛି ।

ନିୟମିତ ବ୍ୟବଧ୍ୟାନରେ ଓଡ଼ିଶା ପୋଲିସ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ସୀମାରେ ସର୍ଚ୍ଚ ଅପରେସନ୍ କରିଥାଏ । ସୀମାନ୍ତରେ ଏସଓଜି ଓ ଡିଭିଏଫର ମିଳିତ ଅପରେସନ୍ ବେଳେ ସଫଳତା ମିଳିଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସପି ।

Leave A Reply

Your email address will not be published.