Latest Odisha News

ଟେନିସକୁ ଅଲବିଦା କଲେ ରାଫେଲ୍ ନାଡାଲ୍

ନୂଆଦିଲ୍ଲୀ: ସ୍ପେନର ତାରକା ଖେଳାଳି ରାଫେଲ ନାଡାଲ ଟେନିସରୁ ଅବସର ଘୋଷଣା କରିଛନ୍ତି। ୨୨ ଥରର ଗ୍ରାଣ୍ଡସ୍ଲାମ ଚାମ୍ପିଅନ୍ ରାଫେଲ ନାଡାଲ କହିଛନ୍ତି ଯେ ସେ ଆସନ୍ତା ମାସରେ ମାଲାଗାରେ ହେବାକୁ ଥିବା ଡେଭିସ୍ କପ୍ ଫାଇନାଲ ପରେ ଟେନିସରୁ ଅବସର ନେବେ।

ସେ ଏକ ଭିଡିଓ ଜାରି କରି କହିଛନ୍ତି, “ମୁଁ ଆପଣଙ୍କୁ କହିବାକୁ ଆସିଛି ଯେ ମୁଁ ପ୍ରଫେସନାଲ୍ ଟେନିସରୁ ଅବସର ନେଉଛି। ଖାସକରି ଗତ ଦୁଇ ବର୍ଷ ମୋ ପାଇଁ କଷ୍ଟସାଧ୍ୟ ରହିଥିଲା।”

ସ୍ପେନର ରାଫେଲ ନାଡାଲ ମହାନ ଟେନିସ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ। ରାଫେଲଙ୍କୁ ମାତ୍ର ୩ ବର୍ଷ ବୟସରେ ରାକେଟ୍ ଧରାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ୮ ବର୍ଷ ବୟସରେ ସେ ଅଣ୍ଡର-୧୨ ବର୍ଗରେ ଟାଇଟଲ୍ ହାତେଇଥିଲେ।

 

Leave A Reply

Your email address will not be published.