Latest Odisha News

BREAKING NEWS

‘ଜାତୀୟ ଭୋଟର ଦିବସ’ରେ ସୁଦର୍ଶନଙ୍କ ବାଲୁକା କଳା ପ୍ରଦର୍ଶନ

ଭୁବନେଶ୍ୱର : ପ୍ରତି ବର୍ଷ ଜାନୁଆରୀ ୨୫ ତାରିଖକୁ ଆମ ଦେଶରେ ‘ଜାତୀୟ ଭୋଟର ଦିବସ’ ଭାବେ ପାଳନ କରାଯାଉଛି । ଏହି ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରିଛନ୍ତି ।

ଦେଶର ଯୁବ ପିଢି ତଥା ଭୋଟର ମାନଙ୍କୁ ସଚେତନ କରିବା ଏବଂ ରାଜନୈତିକ ପ୍ରକ୍ରିୟାରେ ଭାଗ ନେବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ଲାଗି ୨୦୧୧ ମସିହାରୁ ଏହି ଦିବସକୁ ପାଳନ କରାଯାଉଅଛି ।

ଏଥିପାଇଁ ନିର୍ବାଚନ ଆୟାଗ ପକ୍ଷରୁ ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା ଏବଂ ଆମ ଦେଶରେ ୧୯୫୦ ମସିହା ଜାନୁଆରୀ ମାସ ଆଜିର ଦିନରେ ନିର୍ବାଚନ ଆୟୋଗ ପ୍ରତିଷ୍ଠା କରାଯାଇଥିଲା ।

ପ୍ରତିବର୍ଷ ଜାନୁଆରୀ ୨୫ ରେ ନୂଆ ମତଦାତାଙ୍କୁ ମତଦାନ ପରିଚୟ ପତ୍ର କାର୍ଡ ଦିଆଯାଏ ।

Leave A Reply

Your email address will not be published.