Latest Odisha News

BREAKING NEWS

୯ ବର୍ଷର ବାଳକକୁ ବିମାନଯାତ୍ରା କରାଇଲେ ରାହୁଲ ଗାନ୍ଧୀ; ଭିଡିଓ ଭାଇରାଲ

ନଆଦିଲ୍ଲୀ: ରାହୁଲ ଗାନ୍ଧୀ ଜଣେ ନଅ ବର୍ଷର ବାଳକର ପାଇଲଟ ହେବାର ସ୍ୱପ୍ନର ଗୋଟିଏ ପାଦ ଆଗକୁ ବଢିବାରେ ସାହାଯ୍ୟ କରିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ଭାରତୀୟ ଜାତୀୟ କଂଗ୍ରେସ ନେତା ଇନଷ୍ଟାଗ୍ରାମ୍‌ରେ ୯ ବର୍ଷୀୟ ବାଳକ ସହ କଥାବାର୍ତ୍ତା କରୁଥିବା ଏବଂ ତାଙ୍କୁ ତାଙ୍କ ସ୍ୱପ୍ନ ଏବଂ ଆକାଂକ୍ଷା ବିଷୟରେ ପଚାରିବାର ଏକ ଭିଡିଓ ସେୟାର କରିଥିଲେ।

ରାହୁଲ ଇନଷ୍ଟାଗ୍ରାମରେ ଭାଇରାଲ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, “କୌଣସି ସ୍ୱପ୍ନ ବହୁତ ବଡ ନୁହେଁ। ଆମେ ଅଦ୍‌ଭେତ୍‌ଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଥମ ପଦକ୍ଷେପ ନେଇଛୁ। ବର୍ତ୍ତମାନ ଏକ ସମାଜ ତଥା ଢଞ୍ଚା ସୃଷ୍ଟି କରିବା ଆମର କର୍ତ୍ତବ୍ୟ।

Comments are closed.