Latest Odisha News

BREAKING NEWS

ଆଜି କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ସନ୍ଧ୍ୟାରେ କରିପାରନ୍ତି ବଡ଼ ଘୋଷଣା 

ଭୁବନେଶ୍ବର: ରାଜ୍ୟରେ ଏବେ ବଢିଚାଲିଛି କରୋନା ସଂକ୍ରମଣ । ଆଜି ସନ୍ଧ୍ୟାରେ କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟାରେ ଏନେଇ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ସେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ନେଇ ବୈଠକରେ ପ୍ରସ୍ତୁତ ହୋଇପାରେ ଆକ୍ସନ ପ୍ଳାନ୍ । କୋଭିଡ ମୁକାବିଲା ନେଇ ଘୋଷଣା ହୋଇପାରେ ନୂଆ ପଦକ୍ଷେପ । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଏନେଇ ବଡ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । 

ଗତ କିଛି ଦିନ ହେଲାଣି ରାଜ୍ୟରେ କରୋନା କାୟା ମେଲାଇଛି । ସେକେଣ୍ଡ ୱେଭ ଟେନସନ ବଢାଉଛି । ଦ୍ରୁତ ବେଗରେ ବଢିଚାଲିଛି କରୋନା ସଂକ୍ରମଣ । ଆଜି ରାଜ୍ୟରୁ ରେକର୍ଡ ୫୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

Leave A Reply

Your email address will not be published.