Latest Odisha News

BREAKING NEWS

ଭାରତ ଯୋଡ ଯାତ୍ରା ପରେ ବ୍ରିଟେନରେ ନୂଆ ଲୁକରେ ନଜର ଆସିଲେ ରାହୁଲ ଗାନ୍ଧୀ

ଲଣ୍ଡନ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ୭ ଦିନିଆ ବ୍ରିଟେନ ଗସ୍ତରେ ଅଛନ୍ତି । ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ତେବେ ବର୍ତ୍ତମାନ ରାହୁଲଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ରାହୁଲ ନୂଆ ଲୁକରେ ନଜର ଆସିଛନ୍ତି । ଏହି ଫଟୋରେ ରାହୁଲ ଦାଢ଼ି କାଟିଥିବାବେଳେ କୋଟ-ଟାଇ ପିନ୍ଧିଥିବାର ଦେଖିବାକୁ ମିଳିଛି | ବାସ୍ତବରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୩୫୭୦ କିଲୋମିଟରର ଭାରତ ଯୋଡା ଯାତ୍ରା ଅଭିଯାନ ଚାଲିଥିଲା । ଆଉ ଏହି ସମୟରେ ରାହୁଲ ଏକ ଧଳା ଟି ସାର୍ଟ ପିନ୍ଧିଥିବାର ନଜର ଆସିଥିଲେ । ସେତେବେଳେ ତାଙ୍କ ଦାଢ଼ି ମଧ୍ୟ ବଢିଯାଇଥିଲା ।

କିନ୍ତୁ ଏବେ ବ୍ରିଟେନରେ ରାହୁଲ ସମ୍ପୂର୍ଣ୍ଣ ନୂଆ ଲୁକରେ ନଜର ଆସିଛନ୍ତି । ସୂଚନା ମୁତାବକ ବ୍ରିଟେନ ଗସ୍ତରେ ଥିବା ରାହୁଲ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଛାତ୍ରମାନଙ୍କୁ ସମ୍ବୋଧିତ କରିବା ସହ ପ୍ରବାସୀ ଭାରତୀୟମାନଙ୍କୁ ମଧ୍ୟ ଭେଟିବେ । ଉଲ୍ଲେଖ ଥାଉ କି ଭାରତ-ଚୀନ୍ ସମ୍ପର୍କ ଏବଂ ଗଣତନ୍ତ୍ର ଉପରେ ଭାଷଣ ଦେବା ପାଇଁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଆଉ ଏହି ନିମନ୍ତ୍ରଣ ପାଇବା ପରେ ରାହୁଲ ମଧ୍ୟ ବେଶ ଉତ୍ସାହିତ ହୋଇପଡିଥିଲେ । ସେ କହିଥିଲେ ଯେ ତାଙ୍କ ପୁରୁଣା ଶିକ୍ଷାନୁଷ୍ଠାନ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ପର୍କ ଏବଂ ଗଣତନ୍ତ୍ର ଉପରେ ବକ୍ତବ୍ୟ ରଖିବେ ।

Leave A Reply

Your email address will not be published.