ନୂଆଦିଲ୍ଲୀ: ରାହୁଲଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା । ମୋଦି ସାଂଜ୍ଞାକୁ ନେଇ ଆପତ୍ତିଜନକ କଥା କହିବା ପରେ ରାହୁଲ ନିଜ ସଦସ୍ୟତା ହରାଇଲେ ସତ କିନ୍ତୁ ଢେର ନାଁ କମେଇଲେ । ତାଙ୍କ ସଦସ୍ୟ ପଦ ରଦ୍ଦ ହେଲା । ସରକାରୀ ବାସଭବନ ଛାଡିବା ପାଇଁ ନିର୍ଦ୍ଦେଶ ବି ଦିଆଗଲା । ଏସବୁ ପରେ ରାହୁଲଙ୍କ ସ୍ୱର ଆହୁରି ଶାଣିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସେ ବର୍ଷିଛନ୍ତି । ନିଜ ଟୁଇଟର ପେଜରେ ରାହୁଲ ଗତକାଲି ୱାଇନାଡାରେ ଦେଇଥିବା ଭାଷଣର ଏକ ଭଡିଓ କ୍ଲିପ ସେୟାର କରିଛନ୍ତି । ଏଥିରେ ସେ ବିଜେପି ତଥା ପ୍ରଧାନମନ୍ତ୍ରୀଙ୍କ ଉପରେ ତୀବ୍ର ସମାଲୋଚନା କରିଛନ୍ତି ।
ରାହୁଲ କହିଛନ୍ତି, ବିଜେପି ଲୋକଙ୍କୁ ବିଭାଜିତ କରୁଛି । ଲୋକଙ୍କ ମଧ୍ୟରେ ଝଗଡା ଲଗାଉଛି । ଲୋକଙ୍କୁ ଧମକ ଦେଉଛି । ହେଲେ ମୁଁ ଲୋକଙ୍କୁ ଏକାଠି କରିବାକୁ ଚେଷ୍ଟା କରିବି । ମୁଁ ପ୍ରତ୍ୟେକ କମ୍ୟୁନିଟି, ପ୍ରତ୍ୟେକ ଧର୍ମ, ପ୍ରତ୍ୟେକ ଆଦର୍ଶକୁ ସମ୍ମାନ ଦିଏ ଏବଂ ଦେବି । ମୁଁ ସେମାନଙ୍କୁ ସହାନଭୂତି ଦେଖାଇବି । ଏପରିକି ଆପଣଙ୍କୁ ବି (ବିଜେପି) ।
ରାହୁଲ କହିଛନ୍ତି, ମୁଁ ୱାଇନାଡା ଲୋକଙ୍କଠାରୁ ଏତିକି ଶିଖିଛି, ମୋ ଘର ୫୦ ଥର ନେଇଯାଅ । ମୁଁ ଖାତିର କରେନି । ହେଲେ ୱାଇନାଡା ବାସୀ ତଥା ଭାରତର ଲୋକଙ୍କ ପାଇଁ ମୋ ସ୍ୱର ସବୁବେଳେ ଉଠିବ । ନରେନ୍ଦ୍ର ମୋଦିଙ୍କ ନାଁ ନେଇ ରାହୁଲ ସିଧାସଳଖ ପ୍ରଶ୍ନ କରିଥିଲେ, ପ୍ରଧାନମନ୍ତ୍ରୀ ବାରମ୍ବାର ପଚାରିଛି, ମିଷ୍ଟର ଅଦାନୀଙ୍କ ସହ ତାଙ୍କର କି ସମ୍ପର୍କ ଅଛି ? ଏ ସରଳ ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି । ହେଲେ କାହିଁକି ପ୍ରଧାନମନ୍ତ୍ରୀ ଏ ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି ? କାରଣ ଏହାର ଉତ୍ତର ଦେବାକୁ ସେ ଚାହୁଁ ନାହାନ୍ତି । ଏହି ପ୍ରଶ୍ନ ସେ ବାରମ୍ବାର ପଚାରିବାରୁ ତାଙ୍କୁ ସଂସଦରୁ ବାହାର କରି ଦିଆଯାଇଛି ବୋଲି ରାହୁଲ କ୍ଷୋଭର ସହ କହିଛନ୍ତି।
ସେ କହିଥିଲେ ମୁଁ ଜାଣେ ଏସବୁ ବିଜେପିର କାମ । ମୋର ଘର ନେଇଯିବା, ମୋତେ ସଂସଦରୁ ବାହାର କରିବା କାମ ବିଜେପି ହିଁ କରିଛି । ବିଜେପି ୨୪ ଘଣ୍ଟା ମୋ ଉପରେ ନଜର ରଖିଛି । ହେଲେ ମୁଁ ଜାଣେ ମୁଁ ଯାହା କରୁଛି ଠିକ କରୁଛି । ସେମାନେ ମୋତେ ଯେତେ ରୋକିବାକୁ ଚାହିଁଲେ ବି ଅଟକିବି ନାହିଁ । ମୋ ନିଜ ପାଇଁ ନୁହେଁ, ଆପଣଙ୍କ ସହ ମୋର ସମ୍ପର୍କ, ଦେଶବାସୀଙ୍କ ସହ ମୋର ସଂପର୍କ ପାଇଁ ମୁଁ ଏହା କରି ଚାଲିବି ।
The more the BJP attacks me, the more I know I am on the right path.
I am not going to stop asking questions, I will continue to raise the voice of the people of India! pic.twitter.com/z1oPQr3Abj
— Rahul Gandhi (@RahulGandhi) April 11, 2023
Comments are closed.