Latest Odisha News

BREAKING NEWS

କଂଗ୍ରେସ ଅଧ୍ୟକ୍ଷଙ୍କ ଘରେ ବସିଲା ବିରୋଧୀଙ୍କ ଐତିହାସିକ ବୈଠକ

ନୂଆଦିଲ୍ଲୀ: ଏକଜୁଟ ହେଉଛନ୍ତି ବିରୋଧୀ । ଆଜି କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ବାସଭବନରେ ବିରୋଧୀଙ୍କ ଐତିହାସକ ବୈଠକ ବସିଛି । ଏହି ବୈଠକ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦିଲ୍ଲୀ ଗସ୍ତରେ ଯାଇ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଏହି ଭେଟଘାଟ ଖଡଗେଙ୍କ ସରକାରୀ ବାସଭବନରେ ହୋଇଛି । ଏହା ପୂର୍ବରୁ ନୀତିଶ ଲାଲୁ ଯାଦବଙ୍କୁ ବି ଭେଟିଥିଲେ । ଏହି ଆଲୋଚନା ବୈଠକରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ । ଏଥିସହିତ କଂଗ୍ରେସ, ଆରଜେଡି ଏବଂ ଜେଡିୟୁର ବହୁ ବରିଷ୍ଠ ନେତା ଏହି ବୈଠକରେ ସାମିଲ ହୋଇଥିଲେ ।

ଏହି ବୈଠକରେ ସବୁ  ବିରୋଧୀ ଦଳଙ୍କୁ ଗୋଟିଏ ମଞ୍ଚକୁ ଆଣବା ନେଇ ସହମତି ସୃଷ୍ଟି ହୋଇଥିଲା । ସମସ୍ତ ମିଶି  ଲାେକସଭା ନିର୍ବାଚନ ପୂର୍ବରୁ ସମାନ ବିଚାରଧାରା ଥିବା ଲୋକଙ୍କୁ ଏକାଠି କରିବା ପାଇଁ ଆଲୋଚନ କରିଥିଲେ ।

ବୖେଠକ ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ନୀତିଶ କୁମାର କହିଛନ୍ତି, ଆମେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲୁ । ଏକାଠି ହାେଇ ଲୋକସଭା ନିର୍ବାଚନ ଲଢିବୁ ବୋଲି ମଧ୍ୟ ସହମତି ପ୍ରକାଶ ପାଇଥିଲା । ରାହୁଲ ଗାନ୍ଧି କହିଥିଲେ, ଯେତେ ଦଳ ଆସିବେ ଆମେ ସେମାନଙ୍କୁ ସ୍ୱାଗତ କରିବୁ ।

୨୦୨୪ ନିର୍ବାଚନ ପୂର୍ବରୁ ନୀତିଶଙ୍କର ଏହି ଭେଟଘାଟକୁ ନେଇ କିଛି ନୂଆ ସମୀକରଣର ସୂଚନା ମିଳୁଛି ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ । କାରଣ ନିର୍ବାଚନ ପୂର୍ବରୁ ନୀତିଶ ସବୁ ବିଜେପି ବିରୋଧୀଙ୍କୁ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ସେ ମଙ୍ଗଳବାର ଲାଲୁ ଯାଦବଙ୍କୁ ତାଙ୍କ ଝିଅ ମିଶା ଭାରତୀଙ୍କ ଘରେ ଭେଟିଥିଲେ । ସେହିପରି ବୁଧବାର ନୀତିଶ କୁମାର ତେଜସ୍ୱୀ ଯାଦବଙ୍କ ଘରକୁ ମଧ୍ୟ ଯାଇ  ତାଙ୍କ ଝିଅକୁ ଆଶୀର୍ବାଦ ମଧ୍ୟ କରିଥିଲେ ।

Leave A Reply

Your email address will not be published.