ଭୁବନେଶ୍ୱର: ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ନିୟନ୍ତ୍ରଣକୁ ଆସିବା ବଦଳରେ ଆହୁରି ବଢିଚାଲିଛି। ଯେଉଁଥିପାଇଁ ଲୋକଙ୍କ ଦୁର୍ଦଶା ମଧ୍ୟ ବଢି ଚାଲିଛି।
ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ଦଳଗୁଡିକ ଏହାକୁ ନେଇ କେନ୍ଦ୍ରର ବିଜେପି ସରକାରକୁ ଘେରିବା ଆରମ୍ଭ କରିଛନ୍ତି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି।
ରାହୁଲ ଓ ପ୍ରିୟଙ୍କାଙ୍କ ସମେତ କଂଗ୍ରେସ ପକ୍ଷରୁ ଭିନ୍ନ ଭିନ୍ନ ଟ୍ୱିଟ ମାଧ୍ୟମରେ ଦେଶରେ ବିଭିନ୍ନ ଖାଉଟି ସାମଗ୍ରୀର ଦାମ ଦର୍ଶାଯାଇ ସମାଲୋଚନା କରାଯାଇଛି। ଟମାଟୋ କିଲୋପ୍ରତି ୧୪୦ ଟଙ୍କା, ଫୁଲ କୋବି କିଲୋ ୮୦ ଟଙ୍କା, ହରଡ଼ ଡାଲି କିଲୋ ୨୧୯ ଟଙ୍କା ଓ ରୋଷେଇ କରିବା ପାଇଁ ରନ୍ଧନ ଜ୍ଞାସର ମୂଲ୍ୟ ୧୧୦୦ ଟଙ୍କା ପାର ବୋଲି ଦର୍ଶାଯାଇଛି। ଏସବୁ ତଥ୍ୟକୁ ନେଇ ରାହୁଲ ଗାନ୍ଧୀ ଟ୍ୱିଟ କରିଛନ୍ତି।
ଦେଶର ପୁଞ୍ଜିପତି ମାନଙ୍କର ସଂପତ୍ତି ବଢାଇବା ଏବଂ ଲୋକଙ୍କ ଠାରୁ ଟ୍ୟାକ୍ସ ଆଦାୟ କରିବା ବ୍ୟସ୍ତତା ଭିତରେ ବିଜେପି ସରକାର ଦେଶର ଗରିବ ଓ ମଧ୍ୟବିତ୍ତ ମାନଙ୍କୁ ଭୁଲିଯାଇଛି ବୋଲି ଟ୍ୱିଟ ମାଧ୍ୟମରେ କହିଛନ୍ତି ରାହୁଲ।
ଦେଶର ଯୁବବର୍ଗ ବେରୋଜଗାର ଓ ଯଦି ରୋଜଗାର କରୁଛନ୍ତି ତାହା କମ। ସେପଟେ ଗରିବ ମାନେ ଖାଇବା ଟିକେ ପାଇବାକୁ ଛଟପଟ ହେଉଛନ୍ତି ଓ ମଧ୍ୟବିତ୍ତ କିଛି ସଞ୍ଚୟ କରିବା ମଧ୍ୟ ସମ୍ଭବ ହେଉନି।
ତେଣୁ ଏଭଳି ସ୍ଥିତିରେ ଲୋକଙ୍କୁ ରକ୍ଷା କରିବାକୁ କଂଗ୍ରେସ ଶାସିତ ରାଜ୍ୟରେ ସରକାର ମହଂଗାଇ ରାହତ କ୍ୟାମ୍ପ ମାଧ୍ୟମରେ ବହୁ ସହାୟତା ଦେଉଛନ୍ତି ବୋଲି ରାହୁଲ କହିଛନ୍ତି। ତେଣୁ ଲୋକଙ୍କ ଏହି ପ୍ରମୁଖ ପ୍ରସଙ୍ଗ ଉପରୁ ବିଜେପି ଧ୍ୟାନ ହଟାଇବା ପାଇଁ ଯେଉଁ ଉଦ୍ୟମ କରୁଛି ତାହା କରିବାକୁ ଦିଆଯିବନି ବୋଲି ରାହୁଲ କହିଛନ୍ତି।
ସେପଟେ ପ୍ରିୟଙ୍କା ମଧ୍ୟ ଅନ୍ୟ ସବୁ ସାମଗ୍ରୀ ସହ ପେଟ୍ରୋଲ ଦାମକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଭୋପାଳ ଗସ୍ତ ବେଳେ ମହଂଗାଇର ଯେଉଁ ଲିଷ୍ଟ ପଢିଲେ ଏହି ଲିଷ୍ଟ କିଏ ଭୁଲ ପ୍ରସ୍ତୁତ କରିଥିଲା ବୋଲି ପ୍ରିୟଙ୍କା କହିଛନ୍ତି।
ମଧ୍ୟପ୍ରଦେଶରେ ପେଟ୍ରୋଲ ୧୦୮ ଟଙ୍କା ପ୍ରତି ଲିଟର, ଟମାଟୋ ୧୦୦ ଟଙ୍କା, ଡାଲି ୧୫୦ ଟଙ୍କା ଓ ରନ୍ଧନ ଗ୍ୟାସ ୧୧୩୦ ଟଙ୍କା ରହିଛି। ତେଣୁ ଏ ପ୍ରସଂଗରୁ ଧ୍ୟାନ ହଟେଇବା ପାଇଁ ବିଜେପି ଯେଉଁ ଯୋଜନା କରିଛି ସେ ଯୋଜନା ହିମାଚଳ ପ୍ରଦେଶରେ ଚାଲି ନ ଥିବା ବେଳେ କର୍ଣ୍ଣାଟକରେ ବି ଚାଲିଲାନି।
ତେଣୁ ମଧ୍ୟପ୍ରଦେଶରେ ବି ବିଜେପିର ଏ ଚାଲ ଚାଳିବନି ବୋଲି ପ୍ରିୟଙ୍କା କହିଛନ୍ତି। ତେଣୁ ଦରଦାମ ବୃଦ୍ଧି ପ୍ରସଙ୍ଗକୁ କଂଗ୍ରେସ ଏବେ ବଡ଼ ରାଜନୈତିକ ପ୍ରସଙ୍ଗ କରିଛି।
Comments are closed.