Latest Odisha News

BREAKING NEWS

ରାୟବରେଲୀରୁ ଲଢ଼ିବେ ରାହୁଲ, ଆମେଠିରୁ ପ୍ରାର୍ଥୀ ହେଲେ କିଶୋରୀଲାଲ ଶର୍ମା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଦୁଇ ଚର୍ଚ୍ଚିତ ଲୋକସଭା ଆସନ ଆମେଠି ଓ ରାୟବରେଲି ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ନାମାଙ୍କନ ଦାଖଲର ସମୀୟସୀମା ଆଜି ଶେଷ ହେଉଛି। ଏହା ପୂର୍ବରୁ ଆଜି କଂଗ୍ରେସ ଏହି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଛି। କଂଗ୍ରେସ ଆମେଠିରୁ କିଶୋରୀଲାଲ ଶର୍ମା ପ୍ରାର୍ଥୀ ହୋଇଥିବା ବେଳେ ରାୟବରେଲୀରୁ ଲଢିବେ ରାହୁଲ ଗାନ୍ଧୀ। ଏଆଇସିସି (AICC) ପକ୍ଷରୁ ବିଧିବଦ୍ଧ ଭାବେ ତାଲିକା ଘୋଷଣା କରାଯାଇଛି। ଆଜି ଉଭୟ ଆସନ ପାଇଁ ନାମାଙ୍କନର ଶେଷ ତାରିଖ । ଆଜି ରାୟବରେଲିରେ ନାମାଙ୍କନ ଭରିବେ ରାହୁଲ ।

ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ଦୁଇ ଆସନ ପାଇଁ ପ୍ରାର୍ଥୀ ହେବା ନେଇ କଳ୍ପନାଜଳ୍ପନା ଜୋର ଧରିଥିଲା। ଆଜି ହଟିଲା ସବୁ ସସ୍‌ପେନ୍ସ। ରାୟବରେଲି ପାଇଁ ରାହୁଲ ଲଢିବେ। ରାହୁଲ ଗାନ୍ଧୀ ମଧ୍ୟ କେରଳର ୱାୟାନାଡରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥିସହିତ କେ.ଏଲ୍ ଶର୍ମା ଗାନ୍ଧୀ ପରିବାରର ନିକଟତର ବୋଲି କୁହାଯାଉଛି। ସେ ହେଉଛନ୍ତି ସୋନିଆ ଗାନ୍ଧୀଙ୍କ ସାଂସଦ ପ୍ରିତିନିଧି।

ଗାନ୍ଧୀ ପରିବାରର ସଦସ୍ୟମାନେ ବହୁ ଦଶନ୍ଧି ଧରି ଏହି ଆସନଗୁଡିକର ପ୍ରତିନିଧିତ୍ୱ କରିଆସୁଛନ୍ତି। ଆମେଠି ଏବଂ ରାୟବରେଲୀ ଗାନ୍ଧୀ-ନେହେରୁ ପରିବାରର ପାରମ୍ପାରିକ ଆସନ ରହିଆସିଛି। ୨୦୧୯ରେ ଆମେଠିରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ ଅପ୍ରତ୍ୟାଶିତ ପରାଜୟର ସମ୍ମୁଖୀନ ହୋଇଥିବା ରାହୁଲ ଗାନ୍ଧୀ ସମ୍ଭବତଃ ତାଙ୍କ ବର୍ତ୍ତମାନର ନିର୍ବାଚନ ମଣ୍ଡଳୀ କେରଳର ୱାୟନାଡ ସହିତ ଆମେଠିରୁ ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.