An 85 years old person from Old Age Home at Coimbatore singing an old bollywood song… पुकारता चला हूं मैं…”. pic.twitter.com/K1plbCEWPw
— Dayanand Kamble (@dayakamPR) February 10, 2023
କୋଏମ୍ବଟୁର: ଆଜିକାଲି ସୋସିଆଲ୍ ମିଡିଆର ଚାହିଦା ବେଶ୍ ଆଗରେ। ଏଥିରୁ ଅନେକ କିଛି ଦେଖିବାକୁ ମିଲୁଛି। ଶିଖିବାକୁ ମିଳୁଛି। କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ନିଜର ନିତିଦିନିଆ ବ୍ୟକ୍ତିଗତ ଜୀବନର ପ୍ରତ୍ୟେକ କଥା ଏଥିରେ ସେୟାର କରିଥାନ୍ତି। ଆଉ କିଛି ଲୋକ ବି ଥାଆନ୍ତି ଯେଉଁମାନେ ଅନ୍ୟର ପ୍ରତିଭାକୁ ଏହା ମାଧ୍ୟମରେ ଲୋକଲୋଚନକୁ ଆଣିଥାନ୍ତି। ତେବେ ଏମିତି ଏକ ଭିଡ଼ିଓ ଏବେ ବେଶ୍ ଚର୍ଚ୍ଚାରେ।
ନିକଟରେ ଜଣେ ୮୫ ବର୍ଷୀୟ ବୃଦ୍ଧଙ୍କ ବ୍ୟକ୍ତିଙ୍କର ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ବ୍ୟକ୍ତି ମହମ୍ମଦ ରଫିଙ୍କ ବହୁ ଲୋକପ୍ରିୟ ବଲିଉଡ୍ ଗୀତ ‘ପୁକାରତା ଚଲା ହୁଁ’ ଗାଉଥିବାର ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ କୋଏମ୍ବଟୁରର ଏକ ବୃଦ୍ଧାଶ୍ରମରେ ରୁହନ୍ତି । ବୃଦ୍ଧ ଜଣକ ଗୀତକୁ ନିଜ ଟ୍ବିଟର୍ରେ ସେୟାର୍ କରିଛନ୍ତି ସୂଚନା ଏବଂ ଲୋକ ସଂପର୍କ ମହାନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଦୟାନନ୍ଦ କାମ୍ବଲେ।
ଏହି ଭିଡିଓକୁ ଗତକାଲି ଟ୍ବିଟର୍ରେ ସେୟାର କରାଯାଇଛି। ଭିଡିଓଟି ତାମିଲନାଡୁର କୋଏମ୍ବଟୁରରେ ଥିବା ବୃଦ୍ଧାଶ୍ରମରେ ରେକର୍ଡ କରାଯାଇଛି। ଭିଡିଓଟି ଲୋକଙ୍କୁ ଖୁବ୍ ପସନ୍ଦ ଆସିଥିବା ବେଳେ ସମସ୍ତେ ବୃଦ୍ଧଙ୍କର ଖୁବ୍ ପ୍ରଶଂସା କରୁଛନ୍ତି।

Comments are closed.