ମୁମ୍ବାଇ: ଏଠାରେ ଶନିବର ଅନୁଷ୍ଠିତ ଆଇପିଏଲର ଏକ ରୋମାଂଚକ ମୁକାବିଲାରେ ଗୁଜରାଟ ଟାଇଟନ୍ସ ୬ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ବିରାଟ କୋହଲି (୫୮)ଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ୨୦ ଓଭରରେ ୬ ୱିକେଟ ହରାଇ ୧୭୦ ରନ କରିଥିଲା । ଜବାବରେ ଗୁଜରାଟ ୬ ୱିକେଟରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଡେଭିଡ ମିଲର (୩୯ ନଟଆଉଟ) ଓ ରାହୁଲ ତେୱାତିଆଙ୍କ ଅପରାଜିତ ୪୩ ରନ ସହାୟତାରେ ବିଜୟ ଲକ୍ଷ୍ୟକୁ ଆଉ ୩ଟି ବଲ ବାକି ଥାଇ ହାସଲ କରି ନେଇଥିଲା ।
ଫର୍ମକୁ ଫେରିଲେ କୋହଲି: ବାଙ୍ଗାଲୋର ଅଧିନାୟକ ଫାପ ଡୁ ପ୍ଲେସି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ । ବିରାଟ କୋହଲି ଦୀର୍ଘ ଦିନ ପରେ ଫର୍ମକୁ ଫେରିବା ସହ ୫୩ ବଲରେ ୫୮ ରନ ସଂଗ୍ରହ କରିଥିଲେ । ରଜତ ପାଟିସାର ୫୨ ଓ ଗ୍ଲେନ ମ୍ୟାକ୍ସୱେଲ ୩୩ ରନର ଇନିଂସ ଖେଳିଥିଲେ । ଗୁଜରାଟ ପକ୍ଷରୁ ପ୍ରଦୀପ ସାଙ୍ଗୱାନ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.