Latest Odisha News

BREAKING NEWS

ଅସଦାଚରଣ ନସହିବାରୁ ଟ୍ରେନରୁ ଯୁବତୀଙ୍କୁ ଫିଙ୍ଗିଦେଲା ଯୁବକ

ଇନ୍ଦୋର:  ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଖଜୁରାହୋ ନିକଟରେ ଜଣେ ଯୁବକର ଅସଦାଚରଣ ଉଦ୍ୟମକୁ ବିରୋଧ କରିବା ମହଙ୍ଗା ପଡିଛି । ଉତ୍ତରପ୍ରଦେଶର ଜଣେ ୨୫ ବର୍ଷୀୟ ଯୁବତୀ ଅସଦାଚରଣକୁ ବିରୋଧ କରିବାରୁ ଚଳନ୍ତା ଟ୍ରେନରୁ ଜଣେ ମଣିଷ ରୂପୀ ପିଶାଚ ତାଙ୍କୁ ଟ୍ରେନରୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ବୁଧବାର ରାତିରେ ଘଟିଥିବା ଏହି ଘଟଣା ପରେ ମହିଳା ଜଣକ ଛତରପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସୂଚନା ରହିଛି।

ଜବଲପୁରର ଜିଆରପି ସୁପରିଣ୍ଟେଣ୍ଡେଣ୍ଟ ବିନାୟକ ବର୍ମା କହିଛନ୍ତି, ଜଣେ ୩୦ ବର୍ଷୀୟ ଯୁବକ ୨୫ ବର୍ଷୀୟ ଯୁବତୀଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରୁଥିଲା। ହେଲେ ଯୁବତୀ ଜଣଙ୍କ ବିରୋଧ କରିବାରୁ ତାଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦିଆଯାଇଥିବା ଅଭିଯୋଗ ହୋଇଛି। ସେ କହିଛନ୍ତି ଯେ ଏପ୍ରିଲ ୨୭ ରାତିରେ ମଧ୍ୟପ୍ରଦେଶର ଖଜୁରାହୋ ଏବଂ ଉତ୍ତର ପ୍ରଦେଶର ମହୋବା ଷ୍ଟେସନ ମଧ୍ୟରେ ଏକ ଯାତ୍ରୀବାହୀ ଟ୍ରେନରେ ଏହି ଅମାନୁଷିକ କାଣ୍ଡ ଘଟିଥିଲା।

ତେବେ ଅଭିଯୋଗ ପରେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ପୁଲିସ ତାକୁ ଗିରଫ କରିବି ବୋଲି ସେ କହିଛନ୍ତି। ପୀଡ଼ିତା ଜଣଙ୍କ ଉତ୍ତରପ୍ରଦେଶର ବଣ୍ଡା ଜିଲ୍ଲାର । ସେ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ବାଗେଶ୍ୱର ଧାମ ମନ୍ଦିର ଦର୍ଶନ କରିବାକୁ ଟ୍ରେନରେ ଆସି ଘରକୁ ଫେରୁଥିଲେ।

ପୀଡିତା ଜଣକ କହିଛନ୍ତି ଯେ ଟ୍ରେନରେ ଆସିବା ବେଳେ ଖଜୁରାହୋ ନିକଟସ୍ଥ ରାଜନଗର ସହର ନିକଟରେ ଏହି ଘଟଣା ଘଟିଛି। ବାଗେଶ୍ୱର ଧାମରେ ଥିବା ମନ୍ଦିରକୁ ସେ ଆସିଥିଲେ। ଟ୍ରେନରେ ଜଣେ ଯୁବକ ଚଢ଼ିଥିଲା। ଏହାପରେ ସେ ଅସଦାଚରଣ କରିବା ଆରମ୍ଭ କରିଥିଲା। ତାଙ୍କର ଏପରି କାମକୁ ବିରୋଧ କରିବା ସହିତ ତାଙ୍କୁ ହାତରେ ବାଡେଇଥିଲେ ମହିଳା ଜଣଙ୍କ । କିନ୍ତୁ ଉତ୍ୟକ୍ତ ହୋଇ ଯୁବକ ଜଣଙ୍କୁ ତାଙ୍କୁ ଟ୍ରେନରୁ ଫିଙ୍ଗିଦେଇଥିଲେ। ମହିଳା ଜଣକ କହିଛନ୍ତି ଯେ, ଗତ ୯ ମାସ ହେବ ସେ ବାଗେଶ୍ୱର ଧାମ ମନ୍ଦିରକୁ ନିୟମିତ ଆସୁଛନ୍ତି।

Leave A Reply

Your email address will not be published.