Latest Odisha News

BREAKING NEWS

ଇଡିର ନୂଆ ନିର୍ଦ୍ଦେଶକ ହେଲେ ରାହୁଲ ନବୀନ

ନୂଆଦିଲ୍ଲୀ: ୧୯୯୩ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା ଅଧିକାରୀ ରାହୁଲ ନବୀନଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ଇଡିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଆଇଆରଏସ୍‌ ରାହୁଲ ନବୀନଙ୍କୁ ଇଡିର ସ୍ଥାନୀୟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିବା ନେଇ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଜାରି ହେବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।

Comments are closed.