ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲଙ୍କ ପ୍ରଶଂସା। ବିଦେଶ ଗସ୍ତରେ ଯାଇ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ କଡା ସମାଲୋଚନା କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି।
ରୁଷ ୟୁକ୍ରେନ ଯୁଦ୍ଧରେ ଭାରତର ଭୂମିକା ଠିକ ବୋଲି ରାହୁଲ କହିଛନ୍ତି। ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏ କଥା କହିଛନ୍ତି।
ରୁଷ ୟୁକ୍ରେନ ଯୁଦ୍ଧକୁ ନେଇ କରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ରାହୁଲ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ମୋଦି ସରକାରଙ୍କ ଏହି ନିଷ୍ପତ୍ତିରେ ସେ ସହମତ ଓ ଏହି ପ୍ରସଙ୍ଗରେ ସେ ମୋଦିଙ୍କ ସହ ଅଛନ୍ତି ବୋଲି କହିଛନ୍ତି।
ରୁଷ ସହ ଭାରତର ପୁରୁଣା ସମ୍ପର୍କ ଓ ରୁଷ ଉପରେ ବିଭିନ୍ନ କ୍ଷେତ୍ରରେ ଦେଶ ନିର୍ଭର କରେ। ତେଣୁ ଏ ପ୍ରସଙ୍ଗରେ ମୋଦି ସରକାରଙ୍କ ନିଷ୍ପତ୍ତି ସହ ତାଙ୍କ ବିଚାର ସମାନ ବୋଲି ରାହୁଲ କହିଛନ୍ତି।
ଭାରତର ଅନ୍ୟକିଛି ଦେଶ ସହ ବହୁତ ଭଲ ସଂପର୍କ ଓ ଅନ୍ୟ କିଛି ଦେଶ ସହ ସମ୍ପର୍କ ବିକଶିତ ହେବ। ଏପରିକି ଭାରତ ଚୀନ ସମ୍ପର୍କ ପ୍ରସଙ୍ଗକୁ ନେଇ ମଧ୍ୟ ରାହୁଲ ମତ ରଖିଛନ୍ତି।
ଚୀନ ଭାରତର କିଛି ଅଂଶ ଉପରେ କବଜା କରିଛି। ତେଣୁ ଏଭଳି ସ୍ଥିତିରେ ଚୀନ ସହ ଭଲ ସଂପର୍କ ଏତେ ସହଜ ନୁହେଁ ବୋଲି କହିଛନ୍ତି ରାହୁଲ। ତେଣୁ ବିଦେଶ ମାଟିରେ ଦେଶର ବିଭିନ୍ନ ସାମ୍ବିଧାନିକ ସଂସ୍ଥାକୁ ଦୁର୍ବଳ କରିବା, ବିରୋଧୀଙ୍କ କଣ୍ଠରୋଧର ପ୍ରୟାସ ଓ ଫୋନ ଟ୍ୟାପିଂ ସହ ମୋଦିଙ୍କୁ କଡା ସମାଲୋଚନା କରିଥିବା ରାହୁଲ ଏବେ ମୋଦିଙ୍କ ପ୍ରଶଂସା କରିବା ରାଜନୈତିକ ଚର୍ଚ୍ଚାକୁ ଭିନ୍ନ ମୋଡ଼ ଦେଇଛି।
ରାହୁଲଙ୍କ ମନ୍ତବ୍ୟକୁ ନେଇ ବିଜେପି ନେତାମାନେ ରାହୁଲଙ୍କୁ କଡା ସମାଲୋଚନା କରିଥିବା ବେଳେ ରାହୁଲଙ୍କ ଏହି ମନ୍ତବ୍ୟ ପରେ ରାଜନୀତି କେଉଁ ରୂପ ନେଉଛି ତା ଉପରେ ନଜର।
Comments are closed.