Latest Odisha News

BREAKING NEWS

କାନ୍ସ ଫେଷ୍ଟିଭାଲରୁ ଫେରିବା ପରେ ସ୍ୱପ୍ନାଙ୍କ ଚାହିଦା ବଢିଲା: ଫୁଲ ଥିବା ଥାଳିରେ ଗୋଡ଼ ଧୋଇଲେ ପ୍ରଶଂସକ

ମୁମ୍ବାଇ: ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏକରୁ ଅଧିକ ବଲିଉଡ ଅଭିନେତ୍ରୀଙ୍କ ଡେବ୍ୟୁ ଦେଖିବାକୁ ମିଳିଥିଲା । ବଲିଉଡ଼ର ଅଭିନେତ୍ରୀ ସାରା ଅଲି ଖାନ, ମନୁଷୀ ଚିଲାର ଡେବ୍ୟୁ କରିଥିଲେ । ବଲିଉଡ ଅଭିନେତ୍ରୀଙ୍କ ପରେ ଆଉ ଜଣେ କଳାକାରଙ୍କ ଡେବ୍ୟୁ ଦେଖିବାକୁ ମିଳିଥିଲା । ସେ ଥିଲେ ହରିୟାଣାର ଡ଼୍ୟାନ୍ସିଂ କୁଇନ୍ ସ୍ୱପ୍ନା ଚୌଧୂରୀ, ଯିଏ କି ଦେଶୀ ଷ୍ଟେଜ୍‌ରୁ ସିଧା କାନ୍ସର ରେଡ଼୍ କାର୍ପେଟରେ ପହଞ୍ଚିଥିଲେ । କାନ୍ସ ଫେଷ୍ଟିଭାଲରୁ ଫେରିବା ପରେ ସ୍ୱପ୍ନାଙ୍କ ଲୋକପ୍ରିୟତା ବଢିଯାଇଛି । ନିକଟରେ ତାଙ୍କର କିଛି ପ୍ରଶଂସକ ତାଙ୍କୁ ଦେବୀ ଭଳି ପୂଜା କରୁଥିବାର ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି । ଏହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ପ୍ରଶଂସକ ତାଙ୍କ ପାଦ ଧୋଇ ସେହି ପାଣିକୁ ପିଉଥିବା ଦେଖିବାକୁ ମିଳିଛି, ଯାହାକୁ ଅନେକ ଲୋକ ନାପସନ୍ଦ କରିଛନ୍ତି ।

BjdElectrycity

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ସ୍ୱପ୍ନା ଏକ ମଞ୍ଚ ଉପରେ ବସିଛନ୍ତି । ଫୁଲରେ ସଜା ହୋଇଥିବା ଏକ ଥାଳିରେ ତାଙ୍କ ପାଦ ରଖାଯାଇଛି । ଜଣେ ପ୍ରଶଂସକ ଏକ ବୋତଲ୍ ପାଣିରେ ତାଙ୍କ ପାଦ ଧୋଉଛନ୍ତି । ପରେ ପାଦ ଧୁଆ ପାଣିକୁ ସମସ୍ତଙ୍କ ଆଗରେ ପିଉଛନ୍ତି । ଏହି ସମୟରେ ସ୍ୱପ୍ନାଙ୍କ ମୁହଁରେ ହସ ଥିବା ଦେଖିବାକୁ ମିଳିଛି । ପ୍ରଶଂସକଙ୍କ ଏପରି କାର୍ଯ୍ୟକୁ ଲୋକେ ନାପସନ୍ଦ କରିଛନ୍ତି । ଭିଡ଼ିଓ ଦେଖିବା ପରେ ଅନେକ ନକରାତ୍ମକ ମତ ଦେଇଛନ୍ତି ।

Leave A Reply

Your email address will not be published.