Latest Odisha News

BREAKING NEWS

ଶକୁନି ଭୂମିକା କରିଥିବା ଗୁଫି ପେଂଟଲ ଗୁରୁତର

ମୁମ୍ବାଇ: ମହାଭାରତରେ ଶକୁନିଙ୍କ ଭୂମିକା କରି ଘରେ ଘରେ ପରିଚିତ ହୋଇଥିବା ଗୁଫି ପଂଟେଲଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଛି । ସେ ଅସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଉଦବେଗଜନିତ ଥିବା ଜଣାପଡିଛି । ଅଭିନେତ୍ରୀ ଟିନା ଘାଇ ତାଙ୍କ ଇନଷ୍ଟାଗ୍ରାମରେ ପେଂଟଲଙ୍କ ପାଇଁ ପ୍ରାର୍ଥନା କରିବା ପାଇଁ ପ୍ରଶଂସକମାନଙ୍କୁ କହିଛନ୍ତି । ଗୁଫିଙ୍କ ପରିବାର ପକ୍ଷରୁ ଏ ନେଇ କୌଣସି ବୟାନ ଆସି ନାହିଁ । ମହାଭାରତ ବ୍ୟତୀତ ଗୁଫି ବଲିଉଡରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ଶ୍ରୀ ଚୈତନ୍ୟ ମହାପ୍ରଭୁ ନାମକ ଏକ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।

ଆର୍ମିରେ ଚାକିିରୀ କରୁଥିବା ଗୁଫି ଶକୁନି ଭୂମିକା କରିବା ପରେ ଆଉ ଅଭିନୟ ଦୁନିଆ ଛାଡିକି ଯାଇପାରି ନ ଥିଲେ । ଆର୍ମିରେ ଥିବା ବେଳେ ସେ ରାମ ଲୀଳାରେ ସୀତା ଭୂମିକା କରିଥାନ୍ତି । ଗୁଫି ଜଣେ ଭଲ କଳାକାର ହୋଇଥିବାରୁ ସମସ୍ତେ ତାଙ୍କ ଦ୍ରୁତ ଆରୋଗ୍ୟ କାମନା କରିବା ଆରମ୍ଭ କରିଛନ୍ତି । ତାଙ୍କ ପରିବାରଲୋକ କାହିଁକି ଗଣମାଧ୍ୟମ କୌଣସି ସୂଚନା ଦେବାକୁ ମନା କରିଛନ୍ତି ତାହା ଚିନ୍ତାର କାରଣ ହୋଇଛି ।

Leave A Reply

Your email address will not be published.