Latest Odisha News

BREAKING NEWS

ବଢ଼ିଲା ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ

ସାଧାରଣ ଧାନ 1940 ଟଙ୍କାରୁ 2040 ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖରିଫ ଫସଲର ଏମଏସପି ମୂଲ୍ୟ ବଢ଼ାଇଛନ୍ତି ।  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨-୨୩ ବିପଣନ ଋତୁ ପାଇଁ ସମସ୍ତ ଅଧିସୂଚିତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ସରକାର  ଚାଷୀମାନଙ୍କୁ ସେମାନଙ୍କ ଫସଲ ପାଇଁ ଲାଭକାରୀ ମୂଲ୍ୟ ଯୋଗାଇ ଦେବା ନିମନ୍ତେ ୨୦୨୨-୨୩ ବିପଣନ ଋତୁ ପାଇଁ ଖରିଫ ଫସଲର ଏମଏସପି ବୃଦ୍ଧି କରିଥିବା କୁହାଯାଉଛି ।

୨୦୨୨-୨୩  ପାଇଁ ସବୁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ଟଙ୍କା ସାଧାରଣ ଧାନ 1940 ଟଙ୍କାରୁ 2040 ଟଙ୍କାକୁ ବୃଦ୍ଧି କରିଛନ୍ତି । ସେହିପରି ଗ୍ରେଡ ଏ ଧାନ 1960 ଟଙ୍କାରୁ 2060 ଟଙ୍କାକୁ ବୃଦ୍ଧି କରିଛନ୍ତି ।  ହାଇବ୍ରିଡ ଧାନ 2738ରୁ 2970 ଟଙ୍କାକୁ ବୃଦ୍ଧି କରିଛନ୍ତି ।

 

ଫସଲ ଏମଏସପି 2014-15 ଏମଏସପି 2021-22 ଏମଏସପି 2022-23 ଉତ୍ପାଦନ ଖର୍ଚ୍ଚ* 2022-23 ଏମଏସପିରେ ବୃଦ୍ଧି

(ସମ୍ପୂର୍ଣ୍ଣ)

ଉତ୍ପାଦନ ଖର୍ଚ୍ଚ ଉପରେ ଲାଭ

(ପ୍ରତିଶତରେ)

ଧାନ (ସାଧାରଣ) 1360 1940 2040 1360 100 50
ଧାନ (ଗ୍ରେଡ୍‌ ଏ)^ 1400 1960 2060 100
ଯଅ (ହାଇବ୍ରିଡ୍‌) 1530 2738 2970 1977 232 50
ଯଅ (ମାଲଦାଣ୍ଡି) ^ 1550 2758 2990 232
ବାଜରା 1250 2250 2350 1268 100 85
ମାଣ୍ଡିଆ 1550 3377 3578 2385 201 50
ମକା 1310 1870 1962 1308 92 50
ହରଡ଼ 4350 6300 6600 4131 300 60
ମୁଗ 4600 7275 7755 5167 480 50
ବିରି 4350 6300 6600 4155 300 59
ଚିନାବାଦାମ 4000 5550 5850 3873 300 51
ସୂର୍ଯ୍ୟମୁଖୀ ମଞ୍ଜି 3750 6015 6400 4113 385 56
ସୋୟାବିନ (ହଳଦିଆ) 2560 3950 4300 2805 350 53
ରାଶି 4600 7307 7830 5220 523 50
କଳାରାଶି 3600 6930 7287 4858 357 50
କପା (ମଧ୍ୟମ ଷ୍ଟେପଲ) 3750 5726 6080 4053 354 50
କପା (ସାଧାରଣ ଷ୍ଟେପଲ)^ 4050 6025 6380 355

 

 

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚ (ସିଓପି) ଠାରୁ ଅତିକମରେ ୫୦ ପ୍ରତିଶତ ଲାଭ ହାରରେ ଏମଏସପି ଦର ନିର୍ଦ୍ଧାରଣ କରିବା ନିମନ୍ତେ ୨୦୧୮-୧୯ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିଲା । ଏହି ଘୋଷଣା ଅନୁରୂପ ୨୦୨୨-୨୩ ବିପଣନ ଋତୁ ପାଇଁ ଖରିଫ ଫସଲର ଏମଏସପିରେ ବୃଦ୍ଧି କରାଯାଇଛି । ଚାଷୀଙ୍କ ପାଇଁ ଉପଯୋଗୀ ନିରପେକ୍ଷ ଦର ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଏମଏସପି ବଢ଼ାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବାଜରା, ହରଡ଼, ବିରି, ସୂର୍ଯ୍ୟମୁଖି ମଞ୍ଜି, ସୋୟାବିନ ଏବଂ ଚିନାବାଦାମର ଏମଏସପି ଉପରେ ଲାଭ ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚ ଠାରୁ ୫୦ ପ୍ରତିଶତ ଅଧିକ ନିର୍ଦ୍ଧାରଣ କରାଯାଇଛି ଯାହାକି ଯଥାକ୍ରମେ : ୮୫%, ୬୦%, ୫୯%, ୫୬%, ୫୩% ଏବଂ ୫୧% ରଖାଯାଇଛି ।

ବିଗତ କିଛି ବର୍ଷ ମଧ୍ୟରେ ଏମଏସପିକୁ ତୈଳବୀଜ, ଡାଲି ଏବଂ ମୋଟା ଶସ୍ୟ କ୍ଷେତ୍ରରେ ପୁନଃସଂଗଠିତ କରିବା ଲାଗି ଦୃଢ଼ ପ୍ରୟାସ କରାଯାଇଛି । ଏହି ଫସଲ ଅମଳ ପାଇଁ ଚାଷୀମାନଙ୍କୁ ବିସ୍ତୃତ କ୍ଷେତ୍ରକୁ ନେଇଯିବା ଏବଂ ଉତ୍କୃଷ୍ଟ ଜ୍ଞାନକୌଶଳ ଓ କୃଷି ପଦ୍ଧତି ଆପଣାଇବା ନିମନ୍ତେ ପ୍ରୋତ୍ସାହିତ କରାଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷର ଅଗ୍ରୀମ ଆକଳନ ଅନୁସାରେ, ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ୩୧୪.୫୧ ନିୟୁତ ଟନ୍‌ ହେବା ନେଇ ପୂର୍ବାନୁମାନ କରାଯାଇଛି  ।

Leave A Reply

Your email address will not be published.