Latest Odisha News

BREAKING NEWS

ଅପ୍ରତ୍ୟାଶିତ ଭାବେ ଟାଇମ୍ସ ନାଓ ମୁଖ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଲେ ରାହୁଲ ଶିବଶଙ୍କର

ନୂଆଦିଲ୍ଲୀ: ଟାଇମ୍ସ ନାଓର ମୁଖ୍ୟ ସମ୍ପାଦକ ରାହୁଲ ଶିବଶଙ୍କର ନିଜ ପଦରୁ ହଠାତ୍ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। (ଜୁନ୍ ୨୦) ମଙ୍ଗଳବାର ଶିବଶଙ୍କର ବିନା କୌଣସି ପୂର୍ବ ଘୋଷଣାରେ ଟାଇମ୍ସ ନାଓର ସମ୍ପାଦକୀୟ ଗୋଷ୍ଠୀ ସମେତ ସମସ୍ତ Whatsapp ଗ୍ରୁପରୁ ଏକଜିଟ୍ ହୋଇଯାଇଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ହେବ ଟାଇମ୍ସ ନାଓର ନେତୃତ୍ୱ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଚ୍ୟାନେଲର ଟପ୍ ମ୍ୟାନେଜମେଣ୍ଟ ରାହୁଲ ଶିବଶଙ୍କରଙ୍କ ସହ ତାଙ୍କ ଭୂମିକାକୁ ନେଇ ଆଲୋଚନା କରୁଥିଲେ। ଟାଇମ୍ସ ନାଓ ସୂତ୍ରରୁ ଜଣାପଡ଼ିଛି ଯେ ରାହୁଲ ଏବଂ ମ୍ୟାନେଜମେଣ୍ଟ ସଦସ୍ୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଟାଇମ୍ସ ଗ୍ରୁପର ଏମଡି ବିନୀତ ଜୈନ ମଧ୍ୟ ରାହୁଲ ଶିବଶଙ୍କରଙ୍କୁ ନେଇ ଅସନ୍ତୁଷ୍ଟ ଥିଲେ ବୋଲି ଜଣାପଡ଼ିଛି। ଆସନ୍ତାକାଲି ୨୧ ଜୁନ୍ ଟାଇମ୍ସ ନାଓରେ ତାଙ୍କର ଶେଷ କାର୍ଯ୍ୟଦିବସ ରହିବ ବୋଲି ଜଣାପଡ଼ିଛି।

ଏବେର ରିପବ୍ସିକ ଟିଭିର ମାଲିକ ତଥା ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ୨୦୧୬ରେ ଟାଇମ୍ସ ନାଓରୁ ଇସ୍ତଫା ଦେବା ପରେ ଶିବଶଙ୍କର ଟାଇମ୍ସ ନାଓରେ ଦ୍ବିତୀୟ ଥର ପାଇଁ ଯୋଗ ଦେଇଥିଲେ। ଟାଇମ୍ସ ନାଓ ସହ ଶିବଶଙ୍କରଙ୍କ ସମ୍ପର୍କ ୨୦୦୫ରେ ଆରମ୍ଭ ହୋଇଥିଲା।  ଏବେ ତାଙ୍କର ଏହି ଅପ୍ରତ୍ୟାଶିତ ଇସ୍ତଫା ପରେ ଶିବଶଙ୍କରଙ୍କ ଭବିଷ୍ୟତର ଯୋଜନା ଏବଂ ସେ କେଉଁ କାରଣରୁ ବିଦାୟ ନେଲେ ତାହାକୁ ନେଇ ପ୍ରଶ୍ନ ଉଠୁଛି।

୨୦୧୩ରୁ ୨୦୧୬ ଯାଏ ଶିବଶଙ୍କର ଅନ୍ୟତମ ଇଂରାଜୀ ନ୍ୟୁଜ ଚ୍ୟାନେଲ ନ୍ୟୁଜ୍ ଏକ୍ସର ମୁଖ୍ୟ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇବା ପରେ ଟାଇମ୍ସ ନାଓରେ ଯୋଗ ଦେଇଥିଲେ।

Leave A Reply

Your email address will not be published.