Latest Odisha News

BREAKING NEWS

ଭୁବନେଶ୍ବର ସାଲିଆ ସାହିରେ ଦେଶୀ ମଦ ଓ ପୋଚ ଭାଟିରେ ଚଢ଼ାଉ

ଭୁବନେଶ୍ବର : ଅବକାରୀ ବିଭାଗକୁ ବଡ଼ ସଫଳତା । ଭୁବନେଶ୍ୱର ସାଲିଆ ସାହିରେ ଦେଶୀ ମଦ ଓ ପୋଚ ଭାଟିରେ ହୋଇଛି ଚଢ଼ାଉ । ସାଲିଆ ସାହି ବସ୍ତିର ନୟାଗଡ଼ ସାହିରେ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ, ଜିଲ୍ଲା ଅବକାରୀ ବିଭାଗ ଓ କମିଶନରେଟ ପୋଲିସର ଫ୍ଲାଇଙ୍ଗ ସ୍କାଡ ମିଳିତ ଭାବେ କରିଛନ୍ତି ରେଡ୍ । ଚଢ଼ାଉ ବେଳେ ଜବତ ହୋଇଛି ବିପୁଳ ପରିମାଣର ଦେଶୀ ମଦ । ତାସାଙ୍ଗକୁ ନଷ୍ଟ କରାଯାଇଛି ପୋଚ ।

ଆଜି ଅଚାନକ ସାଲିଆସାହିର ନୟାଗଡ଼ ବସ୍ତିରେ ଚଢ଼ାଉ ହୋଇଥିଲା । ପୋଲିସର ଚଢ଼ାଉ ବେଳେ ପ୍ରାୟ ୨୨ ହଜାର ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ, ୧୨ଶହ ଲିଟର ଦେଶୀ ମଦ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହାସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଅବକାରୀ କମିଶନର ଆଶିଷ ସିଂହଙ୍କ ନିର୍ଦ୍ଦେଶ କ୍ରମେ ଜିରୋ ଟଲରାନ୍ସକୁ ଗୁରୁତ୍ବ ଦିଆଯାଉଛି । ଗତ ଏକ ମାସ ଧରି ମିଶନ ମୋଡ଼ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚଢ଼ାଉ ଜାରି ରହିଛି । ଏହି କ୍ରମରେ ଆଜି ସାଲିଆସାହିରେ ଚଢ଼ାଉ ବେଳେ ବଡ଼ ଧରଣ ସଫଳତା ମିଳିଛି ।

Leave A Reply

Your email address will not be published.