Latest Odisha News

ଡକାୟତି ଘଟଣାରେ ୬ ଗିରଫ

ଯାଜପୁର: ଯାଜପୁର ବରି ଥାନା କୃଷ୍ଣନଗରରେ ଡକାୟତି ଘଟଣାରେ ୬ ଜଣ ଅଭିଯୁକ୍ତ ଗିରଫ । ଏଥିସହ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଚୋରି ଅଳଙ୍କାର ଓ ନଗଦ ଟଙ୍କା ଜବତ କରିଛି । କୃଷ୍ଣନଗର ଗ୍ରାମର କାଞ୍ଚନ ଶୁକ୍ଳଙ୍କ ଘରୁ ଗତ ୨୮ ତାରିଖ ବିଳମ୍ବିତ ରାତିରେ ଡକାୟତି ହୋଇଥିଲା । ଡ଼କାୟତମାନେ କାଞ୍ଚନଙ୍କ ଘର ଗ୍ରିଲ ତାଡି ଘରେ ପଶିବା ସହ ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟିନେଇଥିଲେ ।

ଏନେଇ ବରି ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପରେ ଏହି ଘଟଣାରେ ସଂପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟ ସୁନା ଅଳଙ୍କାର ଓ ନଗଦ ଟଙ୍କା ଜବତ କରାଯାଇଛି  । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ  କରାଯାଇଛି  ।

 

୨୮ ୬

Leave A Reply

Your email address will not be published.