ବ୍ରହ୍ମପୁର:ବ୍ରହ୍ମପୁର ସହରରେ ଫାଷ୍ଟ ଫୁଡ ଏବଂ ଅନ୍ୟ ଖାଦ୍ୟ ସାମଗ୍ରୀ ପାଇଁ କେବଳ ଓଡ଼ିଶା ନୁହଁ, ବରଂ ଓଡ଼ିଶା ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। କିନ୍ତୁ ସହରର ଅନେକ ହୋଟେଲରେ ବାସି ଏବଂ ପଚାଶଢ଼ା ଖାଦ୍ୟ ପରସା ହେଉଛି। ଏନେଇ ପୂର୍ବରୁ ବହୁଥର ଅଭିଯୋଗ ହୋଇଥିଲା। ବୁଧବାର ଏହାକୁ ନେଇ ବଡ଼ ଧରଣର ଚଢ଼ଉ କରିଛି ବ୍ରହ୍ମପୁର ମହାନଗର ନିଗମ। ସହରର ବିଭିନ୍ନ ସ୍ଥାନରେ ଥିବା ୬ଟି ନାମିଦାମୀ ହୋଟେଲ୍ରେ ଚଢ଼ଉ କରାଯାଇଥିଲା। ସେମାନଙ୍କ ଠାରୁ ୭୦ ହଜାର ଟଙ୍କାର ଜୋରିମାନା ଆଦାୟ ହୋଇଛି। ମହାନଗର ନିଗମର ଆୟୁକ୍ତ ଜେ.ସୋନାଲ ନିଜେ ଏହି ଚଢ଼ଉର ନେତୃତ୍ବ ନେଇଥିଲେ। ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି, ପଲିଥିନର ବ୍ୟବହାର ଏବଂ ନିମ୍ନମାନର ଖାଦ୍ୟ ଯୋଗୁ ଚଢ଼ଉ ହୋଇଥିବା ସୂଚନା ମିଳିଛି। ଖାଦ୍ୟ ପ୍ରସ୍ତୁତ ବେଳେ ସ୍ବଚ୍ଛତାକୁ ଗୁରୁତ୍ବ ଦେବା ସହ ଖାଦ୍ୟ ସୁରକ୍ଷା ନିୟମଗୁଡ଼ିକ ପାଳନ କରିବାକୁ ତାଗିଦ୍ କରାଯାଇଛି। ଆଗାମୀ ଦିନରେ ମଧ୍ୟ ମହାନଗର ନିଗମ ତରଫରୁ ଚଢ଼ଉ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।
ଅନ୍ୟପଟେ ବୁଧବାର ଯେଉଁ ହୋଟେଲ୍ଗୁଡ଼ିକରେ ଚଢ଼ଉ ହୋଇଥିଲା, ସେଥିରେ କେତେକ ଜଣାଶୁଣା ହୋଟେଲ୍ ମଧ୍ୟ ରହିଛି। ସେଗୁଡ଼ିକ ହେଲା କର୍ପୋରେସନ ରୋଡରେ ଥିବା ନିୟୁ ବିରିୟାନୀ ସେଣ୍ଟର, ଧର୍ମନଗରରେ ଥିବା ଗିରିଜା ରେଷ୍ଟୁରାଣ୍ଟ, ବଡ଼ବଜାର ଛକରେ ଥିବା ବାଲାଜୀ ମିଷ୍ଟାନ ଭଣ୍ଡାର, ଭାପୁର ବଜାରରେ ଥିବା ହିନ୍ଦୁସ୍ଥାନ କେକ୍ରୀ, ସିଟି ହାଇସ୍କୁଲ ରୋଡରେ ଥିବା କିରଣ ରେଷ୍ଟୁରାଣ୍ଟ ପ୍ରମୁଖ। ଏହି ସବୁ ହୋଟେଲ୍ଗୁଡ଼ିକର ସ୍ବତନ୍ତ୍ର ପରିଚୟ ରହିଛି। କେବଳ ସହର ନୁହଁ, ସହର ବାହାରୁ ମଧ୍ୟ ଲୋକମାନେ ଏଠାକୁ ଖାଇବାକୁ ଆସିଥାନ୍ତି। ଏଣୁ ବୁଧବାରର ଚଢ଼ଉ ପରେ ଗ୍ରାହାକଙ୍କ ମନରେ ମଧ୍ୟ ଭୟ ସୃଷ୍ଟି ହୋଇଛି। ସ୍ବାଦିଷ୍ଟ ଲାଗୁଥିବା ଯୋଗୁ ଗ୍ରାହାକମାନେ ଯେଉଁ ଖାଦ୍ୟ ଖାଉଥିଲେ, ତାହା କେମିତି ଅସ୍ବାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା, ତାହା ଦେଖିବା ପରେ ଗ୍ରାହାକମାନେ ନାକ ଟେକିଲେଣି। ରାସାୟନିକ ରଙ୍ଗ ବ୍ୟବହାର ଯୋଗୁ ଅନେକ ପ୍ରକାର ପେଟ ରୋଗ ଦେଖାଦେଇଥାଏ। ଖାଦ୍ୟକୁ ସ୍ବାଦିଷ୍ଟ ଏବଂ ସୁନ୍ଦର କରିବା ପାଇଁ ଅନେକ ହୋଟେଲ ମାଲିକ ରାସାୟନିକ ରଙ୍ଗ ବ୍ୟବହାର କରିଥାନ୍ତି। ଅନେକ ହୋଟେଲରେ ପଚାଶଢ଼ା ଖାଦ୍ୟ ମଧ୍ୟ ବିକ୍ରି ହୋଇଥାଏ। ଗତ କିଛି ଦିନ ହେଲା ମହାନଗର ନିଗମ ତରଫରୁ ଏଭଳି ଅନେକ ହୋଟେଲରେ ଚଢ଼ଉ ଜାରି ରହିଛି। ଆଗାମୀ ଦିନରେ ମଧ୍ୟ ଚଢ଼ଉ ଜାରି ରହିବ ବୋଲି ସୂଚନା ମିଳିଛି।
BREAKING NEWS
- ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬: ଓହରିଗଲା ପାକିସ୍ତାନ, ବାଂଲାଦେଶକୁ ମିଳିଲା ସୁଯୋଗ
- ସିଓଇର ଚାଂଚଲ୍ୟକର ରିପୋର୍ଟ ପଡିଲା ପଦାରେ
- Nobel Peace Prize 2026:ଟ୍ରମ୍ପ ନିରାଶ;ଭାରତୀୟ ବଂଶୋଦ୍ଭବ ନାଭି ପିଲ୍ଲାଇଙ୍କୁ ନୋବେଲ ଶାନ୍ତି ପୁରସ୍କାର
- ଏସବୁ କଲେଜରେ ନିର୍ବାଚନ ବାତିଲ; ସୁରକ୍ଷା ଦୃଷ୍ଟିକୋଣରୁ…
- Pakistan Split Plan: ପାକିସ୍ତାନକୁ ଖଣ୍ଡ ଖଣ୍ଡ କରିବାକୁ ଆସିମ୍ ମୁନିରଙ୍କ ଯୋଜନା! ୪ ପ୍ରଦେଶ ଭାଙ୍ଗି ହେବ ୧୫ ରାଜ୍ୟ? ପଞ୍ଜାବ, ସିନ୍ଧ ଉପରେ ନଜର…
- କିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପ୍ରୟାସ: ପବ୍ଲିକ ସର୍ଭିସ୍ ଆଶାୟୀଙ୍କୁ କୋଚିଂ ସୁବିଧା
- ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଆସନ୍ତା ବର୍ଷଠାରୁ ଲାଗୁ ହୋଇପାରେ ଏମ୍ଡ଼ିଆର୍
- Unwanted Touch: ଛାତ୍ରୀଙ୍କ ହାତ ଧରି ଟାଣିଲେ ବିଧାୟକ! ଭାଇରାଲ ଭିଡିଓରେ କଂଗ୍ରେସ ନେତାଙ୍କ ଏପରି ବ୍ୟବହାର ନେଇ ଉଠିଲା ପ୍ରଶ୍ନ! ମହିଳାଙ୍କ ଅନୁମତି କେତେ ଗୁରୁତ୍ବପୂର୍ଣ୍ଣ?
- Delhi Security: ଅଭେଦ୍ୟ ଦୁର୍ଗ ପାଲଟିବ ଦିଲ୍ଲୀ! CJP ଆନ୍ଦୋଳନ ପୂର୍ବରୁ ୨୩ ହଜାର ଯବାନ ମୁତୟନ, ୧୫୦ ବଡିକ୍ୟାମ୍ରେ ହେବ ନଜରବନ୍ଦୀ!
- Green Card freeze: ହାତରୁ ଚାଲିଯିବ ଆମେରିକା ଚାକିରୀ? ମିଳିବନି ଗ୍ରୀନ୍ କାର୍ଡ! TCS, Infosys, Wipro କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ବଢ଼ିଲା ଚିନ୍ତା

Comments are closed.