Latest Odisha News

ବ୍ରହ୍ମପୁରରେ ବେଆଇନ ଗୁଟଖା କାରଖାନା ଉପରେ ଚଢଉ, ଦେଢ କୋଟିରୁ ଅଧିକ ମୂଲ୍ୟର ସାମଗ୍ରୀ ଜବତ

ବ୍ରହ୍ମପୁର : ଲକ୍ ଡାଉନ ସମୟରେ ବୃଦ୍ଧି ପାଇଛି ବେଆଇନ କାରବାର । ଶନିବାର ବ୍ରହ୍ମପୁର ଉପଜିଲ୍ଲାପାଳ କୁକୁଡାଖଣ୍ଡି ବ୍ଲକର ଦୁଇଟି ବେଆଇନ ଗୁଟଖା କାରଖାନା ଉପରେ ଚଢଉ କରି ପ୍ରାୟ ଦେଢ କୋଟି ଟଙ୍କାର କଞ୍ଚାମାଲ ସହ ଗୁଟଖା ପ୍ରସ୍ତୁତକାରୀ ସାମଗ୍ରୀ ଜବତ କରିଛି ।

ସୂଚନା ଅନୁଯାୟୀ, ଏନଫୋର୍ସମେଣ୍ଟ ଟିମ୍‌ର ପାଟ୍ରୋଲିଂ ବେଳେ କାରଖାନାଗୁଡିକରୁ ଗାଡି ବାହାରୁଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଫଳରେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଏନଫୋର୍ସମେଣ୍ଟ ଟିମ୍ ମିଳିତ ଭାବରେ କୁକୁଡାଖଣ୍ଡି ବ୍ଲକ ଗୁରୁଣ୍ଠି ଓ ହୁଗୁଳାପଟ୍ଟାଠାରେ ଥିବା ଦୁଇଟି ବେଆଇନ କାରଖାନା ଉପରେ ଚଢଉ କରିଥିଲେ । ଏଥିରେ ସଂପୃକ୍ତ ଥିବା ୮ ଜଣଙ୍କୁ ଗିରଫ କରିବା ସହ କଞ୍ଚାମାଲ ଓ ଗୁଟଖା ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଥିଲା । ଏସବୁର ମୂଲ୍ୟ ଦେଢ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

Leave A Reply

Your email address will not be published.