Latest Odisha News

BREAKING NEWS

ଏହି ମୁସଲିମ ଦେଶରେ ରହିଛି ବିଷ୍ଣୁଦେବଙ୍କ ଉଚ୍ଚତମ ମୂର୍ତ୍ତି

ଭୁବନେଶ୍ୱର: ହିନ୍ଦୁଧର୍ମର ଆରାଧ୍ୟ ଦେବତା ଭଗବାନ ବିଷ୍ଣୁ । ତାଙ୍କୁ ପୃଥିବୀର ପାଳନକର୍ତ୍ତା ଭାବେ ବିବେଚନା କରାଯାଏ। ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି ଭଗବାନ ବିଷ୍ଣୁଙ୍କ ମନ୍ଦିର ।

ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ବିଶ୍ୱର ଉଚ୍ଚତମ ବିଷ୍ଣୁ ମନ୍ଦିର ସମ୍ପର୍କରେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଉଚ୍ଚତମ ବିଷ୍ଣୁ ମନ୍ଦିର ଭାରତରେ ନୁହେଁ ବରଂ ରହିଛି ବିଦେଶରେ । ତାହା ପୁଣି ଏକ ମୁସ୍‌ଲିମ୍‌ ଦେଶରେ।

ଏହି ମନ୍ଦିର ଇଣ୍ଡୋନେସିଆରେ ଅବସ୍ଥାପିତ। ଏଠାରେ ଥିବା ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ଅବର୍ଣ୍ଣନୀୟ ଭାବେ ଉଚ୍ଚ। ଏହାକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଅବସ୍ଥାପିତ ଭଗବାନ ବିଷ୍ଣୁଙ୍କ ଏହି ପ୍ରତିମୂର୍ତ୍ତି ପ୍ରାୟ ୧୨୨ ଫୁଟ ଉଚ୍ଚ ଏବଂ ୬୪ ଫୁଟ ଚଉଡ଼ା। ଏହା ତମ୍ବା ଏବଂ ପିତ୍ତଳରେ ନିର୍ମିତ। ଏହାକୁ ତିଆରି କରିବାକୁ ପ୍ରାୟ ୨୬ ବର୍ଷ ଲାଗିଥିବା ସୂଚନା।

୧୯୭୯ରେ ଇଣ୍ଡୋନେସିଆରେ ରହୁଥିବା ଶିଳ୍ପୀ ବପ୍ପା ନ୍ୟୁମନ ନୂଆର୍ତ୍ତା ଏକ ବିଶାଳକାୟ ମୂର୍ତ୍ତି ତିଆରି କରିବାର ସ୍ବପ୍ନ ଦେଖିଥିଲେ। ଯେଉଁ ପ୍ରତିମୂର୍ତ୍ତିକ ଆଜିପର୍ଯ୍ୟନ୍ତ ବିଶ୍ୱର କେଉଁ ସ୍ଥାନରେ ତିଆରି ହୋଇନାହିଁ। ପ୍ରତିମୂର୍ତ୍ତି ଯାହା ଆଜି ପର୍ଯ୍ୟନ୍ତ ଦୁନିଆରେ ତିଆରି ହୋଇନାହିଁ ।

୧୯୯୪ରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ଇଣ୍ଡୋନେସିଆର ଅନେକ ସରକାର ଏହାକୁ ନିର୍ମାଣ କରିବାରେ ସାହାଯ୍ୟ କରିଥିଲେ। ତେବେ ଟଙ୍କା ଅଭାବରୁ କାମ ବନ୍ଦ ହୋଇଯାଇଥିଲା। ମୂର୍ତ୍ତି ତିଆରି କାମ ୨୦୦୭ ରୁ ୨୦୧୭ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା। କିନ୍ତୁ ଏହା ପରେ କାର୍ଯ୍ୟ ପୁଣି ଆରମ୍ଭ ହୋଇ ୨୦୧୮ରେ ଶେଷ ହୋଇଥିଲା। ଏହି ମୂର୍ତ୍ତି ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ବିଷ୍ଣୁ ଦେବଙ୍କ ଏହି ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ଶିଳ୍ପୀ ବପ୍ପା ନ୍ୟୁମନ୍‌ ନୂଆର୍ତ୍ତାଙ୍କୁ ମଧ୍ୟ ଭାରତର ସର୍ବୋଚ୍ଚ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

Leave A Reply

Your email address will not be published.