କେନ୍ଦ୍ରାପଡ଼ା: ଗୁରୁବାର ପୂର୍ବାହ୍ନ ୧୦ଟାରେ କେନ୍ଦ୍ରାପଡ଼ାର ମେଡିକାଲ ରୋଡରେ ଥିବା ବିଭିନ୍ନ ମେଡ଼ିସିନ ଷ୍ଟୋର ଏବଂ ଡିଜିଟାଲ ଏକ୍ସରେ ଦୋକାନ ଉପରେ କେନ୍ଦ୍ରାପଡ଼ା ପ୍ରଶାସନ ତରଫରୁ ଚଢାଉ କରାଯାଇଛି । ଡ୍ରଗ ଇନିସପେକ୍ଟର, କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳ ସଦଳବଳେ ମେଡିକାଲ ରୋଡରେ ଥିବା ମହାବୀର ମେଡ଼ିସିନ ଷ୍ଟୋର, ସଂଜୀବନୀ ମେଡ଼ିସିନ ଷ୍ଟୋର ଉପରେ ଚଢାଉ କରିଥିଲେ । ଏହି ମେଡ଼ିସିନ ଷ୍ଟୋରରୁ ଅନେକ ନକଲି ମେଡ଼ିସିନ ଡ୍ରଗ ସ୍କ୍ୱାର୍ଡ଼ ଜବତ କରି ପରୀକ୍ଷା କରିବା ପାଇଁ ନେଇଛି । ଏଥିସହ ଏହି ଦୁଇଟି ମେଡ଼ିସିନ ଷ୍ଟୋରକୁ ମଧ୍ୟ ସିଲ କରାଯାଇଛି । ଏହାପରେ ଅନିତା ଡିଜିଟାଲ ଏକ୍ସରେ ଏବଂ ମମତା ଡିଜିଟାଲ ଏକ୍ସରେ ଉପରେ ଚଢାଉ କରାଯାଇଥିଲା । ଏହି ଦୁଇଟି ଲ୍ୟାବର କୌଣସି କାଗଜପତ୍ର ଠିକ ନ ଥିବାରୁ ପ୍ରଶାସନ ତରଫରୁ ସିଲ କରାଯାଇଛି । ଏହି ଚଢାଉ ସମୟରେ କେନ୍ଦ୍ରାପଡ଼ା ପୋଲିସ ପ୍ରଶାସନ ଉପସ୍ଥିତ ରହି ଦୋକାନ ଗୁଡିକୁ ସିଲ କରିଥିଲା । ଏହି ଚଢ଼ାଉକୁ ଦେଖି କିଛି ଦୋକାନୀ ଭୟରେ ଦୋକାନ ବନ୍ଦ ରଖିଥିଲେ । ଦୀର୍ଘ ଦିନ ପରେ କେନ୍ଦ୍ରାପଡ଼ା ପ୍ରଶାସନର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି । ଅନ୍ୟପକ୍ଷରେ କିନ୍ତୁ ପ୍ରଶାସନର ଏଭଳି କାର୍ଯ୍ୟକ୍ରମ କୁ ନା ପସନ୍ଦ କରିଛି ମେଡିକାଲ ବଞ୍ଚାଓ କ୍ରିୟାନୁଷ୍ଟାନ କମିଟି । ଏହା ପ୍ରଶାସନର ରାଜନୈତିକ ପ୍ରଣୋଦିତ ବୋଲି ଦାବି କରିଛି କମିଟି । ଗତ ମଙ୍ଗଳବାର ଏବଂ ବୁଧବାର ଦୁଇ ଦିନ କେନ୍ଦ୍ରାପଡ଼ା ବନ୍ଦ କରିଥିଲା କ୍ରିୟାନୁଷ୍ଟାନ କମିଟି । ଜ଼ିଲ୍ଲା ପ୍ରଶାସନ କାହିଁକି ଆଗରୁ ଏଭଳି ପଦକ୍ଷେପ ନେଉ ନ ଥିଲା । ବନ୍ଦ ସଫଳ ହୋଇଥିବାରୁ ପ୍ରଶାସନ କାହା ଚାପରେ ଏଭଳି ପଦକ୍ଷେପ ନେଇଥିବା କ୍ରିୟାନୁଷ୍ଠାନ କମିଟି ର ସଦସ୍ୟମାନେ ପ୍ରକାଶ କରିଚନ୍ତି ।
BREAKING NEWS
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC
- ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ମିଡିଆ 11 ଟିମ୍ ଚମ୍ପିୟାନ
- ତମାଖୁଜାତ ଦ୍ରବ୍ୟରୁ ରାଜକୋଷକୁ ୭,୩୪୬ କୋଟି ଟଙ୍କା ଆଦାୟ
- ନେପାଳରେ ପୁଣି ଧସିଲା ପାହାଡ, ଭୁଶୁଡିଲା ଘର, ୧୦ ମୃତ
- Mahanadi Water Dispute:ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମହାନଦୀ ବୈଠକ;ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବୈଠକରେ ଦେବେ ଯୋଗ
- ବଡ଼ମ୍ବାର ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରର ଗର୍ଭଗୃହରେ ପଶିଲା ବନ୍ୟାଜଳ: ରୋଷେଇ ଘରକୁ ସ୍ଥାନାନ୍ତର ହେଲା ଦେବୀଙ୍କ ମୂର୍ତ୍ତି

Comments are closed.