Latest Odisha News

BREAKING NEWS

ମାଓ କ୍ୟାମ୍ପରେ ଚଢ଼ାଉ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

କଳାହାଣ୍ଡି: ମାଓ କ୍ୟାମ୍ପ ଉପରେ ପୋଲିସର ଚଢ଼ାଉ । ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ । ସଦର ଥାନା ଅନ୍ତର୍ଗତ ମନସ୍କା ଗାଁ ନିକଟରେ ଥିବା ଗୁଣ୍ଡୁରୀ ସଂରକ୍ଷିତ ଜଙ୍ଗଲ ଏବଂ ଯୁଗସାଇପାଟଣା ରେ ମାଓ ଗତିବିଧି ଥିବା ସୂଚନା ମିଳିଥିଲା । ଏହା ପରେ ଏସପି ଅଭିଳାଷ ଜି ଏବଂ ସିଆାରପିଏଫ କମାଣ୍ଡାଣ୍ଟ ପଙ୍କଜ ଚୌଧୁରୀଙ୍କ ନେତୃତ୍ୱରେ ସେହି କ୍ୟାମ୍ପରେ ଚଢ଼ାଉ କରିଥିଲେ । ସେଠାରୁ ଅନେକ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି । ସେ ମଧ୍ୟରେ ୫୮ ରାଉଣ୍ଡ ଗୁଳି,୨ଟି ମାଓ ୟୁନିଫର୍ମ,୧୦ ଟି ଡେଟୋନେଟର,ହ୍ୟାଣ୍ଡ ଗ୍ରେନେଡ଼,୫୦୦ ଗ୍ରାମ ଗନ ପାଉଡର,ଜେଲେଟିନ ଷ୍ଟିକ,ଇଲେକ୍ଟ୍ରି ତାର,ୟୁରିଆ,କୁରାଢ଼ି, ମାଓ ବେଲ୍ଟ, ବ୍ୟାଗ,ସୋଲଡିଂ ଆଇରନ, ପଲିଥିନ ସିଟ, ଚପଲ, ଜୋତା ଭଳି ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି । ଏହା ସହିତ ଏକ ମାଓ ପୋଷ୍ଟର ମଧ୍ୟ ମିଳିଛି ଯେଉଁଥିରେ ଟାପରଙ୍ଗ ଜଙ୍ଗଲରେ ପୋଲିସ ଗୁଳିରେ ମୃତ୍ୟୁ ବରଣ କରିଥିବା 3 ମାଓବାଦୀ ଙ୍କ ମୃତ୍ୟୁର ବଦଲା ନେବାପାଇଁ ଆହ୍ୱାନ କରାଯାଇଥିବା ବେଳେ ଗାଁ ମାନଙ୍କରେ ଥିବା ପୋଲିସ ଇନଫର୍ମର ମାନଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ କୁହାଯାଇଛି ।

Leave A Reply

Your email address will not be published.