Latest Odisha News

BREAKING NEWS

୧୬୮ ମୂଷା ଧରିବା ପାଇଁ ରେଲୱେର ୬୯ ଲକ୍ଷ ଟଙ୍କା ଖର୍ଚ୍ଚ

ନୂଆଦିଲ୍ଲୀ: ଅନେକ ସମୟରେ ଘରେ ମୂଷାଙ୍କ ପାଇଁ ଅନେକ ସମସ୍ୟା ଉପୁଜିଥାଏ। ବେଳେ ବେଳେ ଅନେକ କର୍ମକ୍ଷେତ୍ର, ବିଦ୍ୟାଳୟ ଏବଂ ରେଲୱେ ପ୍ଲାଟଫର୍ମରେ ମଧ୍ୟ ମୂଷାମାନେ ସମସ୍ୟା ସୃଷ୍ଟି କରନ୍ତି। ଆଉ ଏହି ସମସ୍ୟା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସରକାରଙ୍କର ମଧ୍ୟ ମୁଣ୍ଡ ବ୍ୟଥାର କାରଣ ପାଲଟିଯାଏ। ଉତ୍ତର ରେଲୱେ ଷ୍ଟେସନ ଓ ପ୍ଲାଟଫର୍ମରେ ବୁଲୁଥିବା ମୂଷାଙ୍କୁ ଧରିବା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରିଛି ରେଲୱେ। ଏହି ଖବର ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଚି କରିଛି।

ସୂଚନା ଅନୁସାରେ ଉତ୍ତର ରେଲୱେ ଷ୍ଟେସନ ଓ ପ୍ଲାଟଫର୍ମରେ ବୁଲୁଥିବା ମୂଷାଙ୍କୁ ଧରିବା ପାଇଁ ଟେଣ୍ଡର ଜାରି କରାଯାଇଥିଲା। ଗୋଟିଏ ମୂଷାକୁ ଧରିବା ପାଇଁ ରେଲୱେ ପକ୍ଷରୁ ୪୧ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା। ସେହିଭଳି ୩ ବର୍ଷ ମଧ୍ୟରେ ୬୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ରେଲୱେ। ମୂଷା ବିପଦରୁ ମୁକ୍ତି ପାଇବା ପାଇଁ ଉତ୍ତର ରେଳବାଇ ଗୋଟିଏ ବର୍ଷରେ ୨୩.୨ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ସୂଚନା ଅଧିକାର(ଆରଟିଆଇ) ରୁ ଏହି ସୂଚନା ମିଳିଛି। ମୂଷାଙ୍କୁ ଧରିବା ପାଇଁ ରେଲୱେର ଲକ୍ଷ୍ନୌ ଡିଭିଜନ ପକ୍ଷରୁ ଏତେ ଟଙ୍କା ଖର୍ଚ୍ଚ କରାଯିବା ପରେ ମାତ୍ର ୧୬୮ଟି ମୂଷାଙ୍କୁ ଧରାଯାଇଥିଲା।

ଅନ୍ୟପଟେ ରେଳ ଅଧିକାରୀ କହିଛନ୍ତି ୨୫ ହଜାର କୋଚରେ ମୂଷା ନିୟନ୍ତ୍ରଣ ପାଇଁ ଖର୍ଚ୍ଚ ହୋଇଥିବା ପରିମାଣ ବଗି ପିଛା ୯୪ ଟଙ୍କା ଅଟେ। ମଧ୍ୟପ୍ରଦେଶର ଆରଟିଆଇ କାର୍ଯ୍ୟକର୍ତ୍ତା ଚନ୍ଦ୍ରଶେଖର ଗୌଡଙ୍କ ପକ୍ଷରୁ ଏହି ସୂଚନା ପାଇଁ ଆବେଦନ କରାଯାଇଥିଲା। ରେଳବାଇ ପାଞ୍ଚଟି ବିଭାଗ ଯଥା- ଦିଲ୍ଲୀ, ଅମ୍ବାଲା, ଲକ୍ଷ୍ନୌ, ଫିରୋଜପୁର ଏବଂ ମୁରାଦାବାଦରୁ ସୂଚନା ମାଗିଥିଲା। ସେଥିମଧ୍ୟରୁ କେବଳ ଲକ୍ଷ୍ନୌ ବିଭାଗ ଏହାର ଜବାବ ଦେଇଥିଲା।

Leave A Reply

Your email address will not be published.