Latest Odisha News

BREAKING NEWS

ଆସନ୍ତା ତିନି ଦିନ ଧରି ଭିଜେଇବ ବର୍ଷା

ଭୁବନେଶ୍ୱର: ଆସନ୍ତା ୩ ଦିନ ଧରି ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ଢେଙ୍କାନାଳ, ନୟାଗଡ଼, ଗଜପତି, କଟକ, ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହେବା ସହିତ କୁହୁଡ଼ି ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଏଚ୍. ଆର. ବିଶ୍ୱାସ କହିଛନ୍ତି ।
ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି କି ଶନିବାର ଜଗତସିଂହପୁର, କଟକ, କନ୍ଧମାଳ, ଅନୁଗୋଳ ଓ ଢ଼େଙ୍କାନାଳ ଜିଲ୍ଲାର କେତେକ ଜିଲ୍ଲାରେ କୁହୁଡ଼ି ହୋଇପାରେ ।

ଏହା ସହିତ ସେ ଆହୁରି କହିଛନ୍ତି, ୧୯ ଓ ୨୦ ତାରିଖ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଠିକ୍ ସେମିତି ୨୦ ତାରିଖ ଓ ୨୧ ତାରିଖ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢ଼େଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ଏହା ପରେ ୨୧ ଓ ୨୨ ତାରିଖରେ ପାଗ ଶୁଖିଲା ରହିବ ବୋଲି ଡକ୍ଟର ବିଶ୍ୱାସ କହିଛନ୍ତି।

Comments are closed.