Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ

ରାୟଗଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ । ରାୟଗଡା ଜିଲ୍ଲାର ଦୁଇଟି ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ୩୮୭ ଟି ବୁଥରେ ଭୋଟର ନିଜର ମତଦାନ କରିଛନ୍ତି । ଅତି ସମ୍ବେଦନଶୀଳ ବୁଥ ନଥିବା ସତ୍ତ୍ୱେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।।  ଡ୍ରୋନ ସାହାଯ୍ୟରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ସହିତ ଭୋଟର ଓ ନିର୍ବାଚନ ଡ୍ୟୁଟିରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି ।

କୋରାପୁଟ ଜିଲ୍ଲାର ଜୟପୁର ବ୍ଲକରେ ୨୯୨ ଟି ବୁଥ. କୋରାପୁଟ ବ୍ଲକରେ ୨୦୩ଟି ବୁଥ. ଓ ପଟାଙ୍ଗୀ ବ୍ଲକ ରେ ୧୫୭ଟି ବୁଥରେ ମତ ଦାନ ହୋଇଛି. । ୧୧୬ଟି ବୁଥ ସମ୍ବେଦନଶୀଳ ରହିଛି , ଆଜି ଆନ୍ଧ୍ର ଓଡିଶା ବିବାଦୀୟ କୋଟିଆରେ ମଧ୍ୟ ନିର୍ବାଚନ ହୋଇଛି. ।

୪୪ଟି ସମ୍ବେଦନଶୀଳ ବୁଥରେ କଡା ବ୍ୟବସ୍ତା କରାଯାଇଥିଲା । ମତଦାନ ନିମନ୍ତେ ୧୧୬୮ ଜଣ କର୍ମଚାରି ଏବଂ ୫୦୦ ପୋଲିସ ନିୟୋଜିତ ରହିଥିଲେ । ଭୋଟର୍ସକୁ ଆକୃଷ୍ଟ କରିବା ପାଇଁ ପ୍ରଥମ ଥର ପାଇଁ ଜୟପୁର ବ୍ଲକର ହରଡାପୁଟ ବୁଥକୁ ପିଙ୍କ ବୁଥ କରାଯାଇଥିଲା ।

Comments are closed, but trackbacks and pingbacks are open.