Latest Odisha News

BREAKING NEWS

ଆମ ଆଦମୀ ପାର୍ଟି ଓ ଶିଖ ଫର ଜଷ୍ଟିସ ସମ୍ପର୍କର ଯାଂଚ କରାଯିବ: ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀଙ୍କ ପତ୍ରର ଉତର ରଖିଛନ୍ତି । ସେ କହିଛନ୍ତି ଦେଶର ସୁରକ୍ଷା ଦୃଷ୍ଟିକୋଣରୁ ଆମ ଆଦମୀ ପାର୍ଟି ଓ ଏହାର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସହ ପ୍ରତିବନ୍ଧିତ ସଂଗଠନ ଶିଖ ଫର ଜଷ୍ଟିସ ମଧ୍ୟରେ ଥିବା ସମ୍ପର୍କର ଯାଂଚ କରାଯିବ । ଗୁରୁବାର ଏହି ଘଟଣାର ତଦନ୍ତ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । ନିର୍ବାଚନରେ ଜିତିବା ପାଇଁ ଦେଶ ବିରୋଧୀ ତତ୍ୱ ସହ ସମ୍ପର୍କକୁ ସହ୍ୟ କରାଯିବ ନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବତନ ଆପ ନେତା ତଥା କବି କୁମାର ବିଶ୍ୱାସ ଏକ ସାକ୍ଷତକାରରେ କହିଥିଲେ କେଜ୍ରିୱାଲ ଖଲିସ୍ତାନୀଙ୍କ ସହ ସମ୍ପର୍କ ରଖିଛନ୍ତି । ଏହାକୁ ବିରୋଧ କରିବାରୁ ସେ କହିଥିଲେ, ତୁମେ ବ୍ୟସ୍ତ ହୁଅନି ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବି ନ ହେଲେ ନୂତନ ଦେଶର ପ୍ରଧାନମନ୍ତ୍ରୀ । ପଞ୍ଜାବ ନିର୍ବାଚନ ପୂର୍ବରୁ କୁମାରଙ୍କ ଏହି ବୟାନ ଝଡ ସୃଷ୍ଟି କରିଛି ।

Comments are closed, but trackbacks and pingbacks are open.