Latest Odisha News

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୮ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି ।

ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ, ସମ୍ବଲପୁର, ବରଗଡ, ଜଗତସିଂହପୁର, କେନ୍ଦୁଝର, ଝାରସୁଗୁଡା, ମୟୁରଭଞ୍ଜ ଓ ଦେବଗଡ ଜିଲ୍ଲା ରହିଛି ।

ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଅପରପକ୍ଷରେ ଏହି ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଦିନ ୧ଟା ୩୦ମି.ରୁ ଅପରାହ୍ନ ୪ଟା ୩୦ମି. ଯାଏଁ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.